ଓଡିଶା

odisha

ETV Bharat / state

ଖବର ବାଜିଲା ପଡ଼ିଲା ପ୍ରଭାବ, ବାଲିଅନ୍ତା ବ୍ଲକରେ ୩ଟି ସରକାରୀ ଧାନମଣ୍ଡି ଉଦଘାଟିତ

Mandi opened in Balianta: ବାଜିଲା ଖବର ପରେ ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକରେ ଖୋଲିଲା ସରକାରୀ ଧାନ ମଣ୍ଡି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jan 7, 2024, 3:06 PM IST

Updated : Jan 7, 2024, 3:53 PM IST

ଖବର ବାଜିଲା ପରେ ଖୋଲିଲା ସରକାରୀ ଧାନ ମଣ୍ଡି
ଖବର ବାଜିଲା ପରେ ଖୋଲିଲା ସରକାରୀ ଧାନ ମଣ୍ଡି

ଖବର ବାଜିଲା ପରେ ଖୋଲିଲା ସରକାରୀ ଧାନ ମଣ୍ଡି

ନିଆଳି:ବାଜିଲା ଖବର ପଡିଲା ପ୍ରଭାବ । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକରେ ଖୋଲିଲା ଧାନ ମଣ୍ଡି । ସମବାୟ ବିଭାଗ ତତ୍ତ୍ୱାବଧାନରେ ଏହି ବ୍ଲକ ଅଞ୍ଚଳରେ ଶନିବାର 3ଟି କୃଷି ସମବାୟ ସମିତି ଧାନ ମଣ୍ଡି ଖୋଲାଯାଇଛି । ତେବେ ସରକାରୀ ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଏହି ଅଞ୍ଚଳର ଚାଷୀମାନେ ବାଧ୍ୟ ହୋଇ ପଡୋଶୀ ରାଜ୍ୟ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଦଲାଲ ଧାନ ବ୍ୟବସାୟୀଙ୍କୁ ଧାନ ବିକ୍ରି କରୁଥିବା ନେଇ ଇଟିଭି ଭାରତରେ ଗତ 5 ତାରିଖ ଦିନ ଖବର ପ୍ରସାରଣ ହୋଇଥିଲା ।

ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀମାନେ ବାଧ୍ୟ ହୋଇ 1900 ଟଙ୍କାରେ ଦଲାଲ ଧାନ ବ୍ୟବସାୟୀଙ୍କ ଦ୍ୱାରା ପଡୋଶୀ ରାଜ୍ୟ ଛଡିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । ଖବର ପ୍ରସାରଣ ପରେ ପ୍ରଶାସନ ସଜାଗ ହୋଇଥିବା ଦେଖିବାକୁ ମିଳିଛି । ଶନିବାର ଦିନ ବାଲଅନ୍ତା ବ୍ଲକରେ 3ଟି ସରକାରୀ ମଣ୍ଡି ଖୋଲାଯାଇଛି । ସେଥିମଧ୍ୟରେ ସରକଣା ସେବା ସମବାୟ ସମିତରୁ ୧୦୦୦ କୁଇଣ୍ଟାଲ, ପ୍ରତାପରୁଦ୍ରପୁର ସେବା ସମବାୟ ସମିତିରୁ ୧୦ ଜଣଙ୍କ ଚାଷୀଙ୍କଠାରୁ ୫୦୦ କୁଇଣ୍ଟାଲ ଏବଂ ସତ୍ୟଭାମାପୁର ସେବା ସମବାୟ ସମିତିରେ ୧୦ ଜଣ ଚାଷୀଙ୍କ ଠାରୁ ୬୪୩ କ୍ୟୁଣ୍ଟାଲ ସମିତିରୁ ଏତିକି କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି । ୩ ସମବାୟ ସମିତିର ସଂପାଦକ ଭାଗ୍ୟଧର ମହାନ୍ତି, ବିଶ୍ବନାଥ ପଣ୍ଡା ଓ ସାଗର ସୁନ୍ଦରାୟଙ୍କ ଉପସ୍ଥିତିରେ ନିର୍ଦ୍ଧାରିତ ସରକାରୀ ମୂଲ୍ୟ ୨ ହଜାର ୧୮୩ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣା ଯାଇଛି ।

ଏହାମଧ୍ୟ ପଢନ୍ତୁ..ସମବାୟ ମନ୍ତ୍ରୀଙ୍କ ଜିଲ୍ଲାରେ ବିଳମ୍ବରେ ଖୋଲିଲା ଧାନ ମଣ୍ଡି

ଅନ୍ୟପଟେ ମଣ୍ଡଳ ସମବାୟ ଅଧିକାରୀ ସଞ୍ଜୟ କୁଅଁର, ବାଲିଅନ୍ତା- ବାଲିପାଟଣା ଉପ ସହକାରୀ ନିବନ୍ଧକ ଅମିୟ ଖୁଣ୍ଟିଆ ଓ ଭୁବନେଶ୍ବର ଉପ ସହକାରୀ ନିବନ୍ଧକ ପ୍ରକାଶ ସେଠୀ ପ୍ରମୁଖ ମଣ୍ଡିରେ ଧାନକିଣା କାର୍ଯ୍ୟର ତଦାରଖ କରିଥିଲେ । ସତ୍ୟଭାମାପୁର ସରପଞ୍ଚ ରଶ୍ମିତା ଭୋଇ , ପ୍ରତାପରୁଦ୍ରପୁର ସେବା ସମବାୟ ସଭାପତି ସୁଧୀର ଚରଣ ପ୍ରଧାନ, ମାର୍କଫେଡ଼ର ଅଧ୍ୟକ୍ଷା କବିତା ମଞ୍ଜରି ପରିଡ଼ା ଓ ସତ୍ୟଭାମାପୁର ସଭାପତି ବିପିନ ପାତ୍ରଙ୍କ ସହିତ ପରିଚାଳନା ପରିଷଦ ସଭ୍ୟ ସଭ୍ୟା ଓ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ପାରିବାସୁଦେଇପୁର ସ୍ଥିତ ସାନ୍ଥୋଲିଆ ରାଇସ ମିଲ ଓ ଜଟଣୀ ବୁଢ଼ାପଡ଼ା ସ୍ଥିତ ମା’ ତାରିଣୀ ରାଇସ ମିଲ ଧାନ କିଣିଥିଲା । ତେବେ ଆଗାମୀ ଦିନରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଅବଶିଷ୍ଟ ଧାନ ମଣ୍ଡି ଉଦଘାଟିତ ହେବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ନିଆଳି

Last Updated : Jan 7, 2024, 3:53 PM IST

ABOUT THE AUTHOR

...view details