ଓଡିଶା

odisha

ETV Bharat / state

ବୁଖାରି ନାଁରେ ମିଳିଲା ଲଭ ଜିହାଦ ପ୍ରମାଣ, ପାକିସ୍ତାନୀ ତାରିକ୍ ମାସୁଦର ଚେଲା ସନ୍ଦେହ - ବୁଖାରି ନାଁରେ ମିଳିଲା ଲଭ ଜିହାଦ ପ୍ରମାଣ

Kashmir Suspicious Youth Love Jihad Link: ସାମ୍ନାକୁ ଆସିଲା ଈଶାନ ବୁଖାରିର ଲଭ ଜିହାଦ ଲିଙ୍କ୍ । ଲକ୍ଷ୍ନୌରେ ଧର୍ମ ପରିବର୍ତ୍ତନ କରାଉଥିଲା ବୁଖାରି । ଅଧିକ ପଢନ୍ତୁ

Suspicious Kashmir Youth Bukhari case
Suspicious Kashmir Youth Bukhari case

By ETV Bharat Odisha Team

Published : Dec 20, 2023, 6:23 AM IST

Updated : Dec 20, 2023, 8:20 AM IST

ପାକିସ୍ତାନୀ ତାରିକ୍ ମାସୁଦର ଚେଲା ସନ୍ଦେହ

ଭୁବନେଶ୍ବର: ସାମ୍ନାକୁ ଆସିଲା କାଶ୍ମୀର ସନ୍ଦିଗ୍ଧ ଈଶାନ ବୁଖାରିର ଲଭ ଜିହାଦ ଲିଙ୍କ୍ । ଧର୍ମ ପରିବର୍ତ୍ତନ କରାଉଥିଲା ବୁଖାରି । ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବା ପରେ ଧର୍ମ ପରିବର୍ତ୍ତନ କରାଇବା ଭଳି ସାଙ୍ଘାତିକ ତଥ୍ୟ ଲକ୍ଷ୍ନୌରୁ ସାମ୍ନାକୁ ଆସିଛି । ଯେଉଁଠି ବୁଖାରି ନାଁରେ ରହିଛି ଲଭ୍‌ ଜିହାଦର ପ୍ରମାଣ । ଏ ନେଇ ଏସଟିଏଫ ସନ୍ଦେହ କରୁଛି ।

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ପ୍ରେମ ଜାଲରେ ଫସାଇ ରିୟଙ୍କା ସିଂ ନାମକ ଯୁବତୀଙ୍କୁ ବିବାହ କରିଥିଲା ବୁଖାରି । ପ୍ରେମ ବିବାହ ବେଳେ ବିବାହ ପୂର୍ବରୁ ଧର୍ମ ପରିବର୍ତ୍ତନ ପାଇଁ ବାଧ୍ୟ କରିଥିଲା । ଏପରିକି ଗୋଟିଏ ଧର୍ମରେ ଅନ୍ୟ ଏକ ଧର୍ମକୁ ପରିବର୍ତ୍ତନ କରାଇ ବିବାହ କରିଥିଲା । ପରେ ମହିଳା ଜଣକ ବିବାହ ପରେ ବୁଖାରିର ଅସଲ ସତ ଜାଣି ପାରିଥିଲେ । ବୁଖାରି ତାଙ୍କର ଧର୍ମ ପରିବର୍ତ୍ତନ କରାଇ ନିଜର ଏକ ଖାସ ଲକ୍ଷ୍ୟରେ ଥିଲା । ଏଥିପାଇଁ କିଛି ଆତଙ୍କୀଙ୍କ ସହ ଯୋଗାଯୋଗରେ ଥିଲା । ଏନେଇ ସବୁ ସତ ଜାଣିବା ପରେ ଲକ୍ଷ୍ନୌ ପୋଲିସ ନିକଟରେ ଏକ ଅଭିଯୋଗ କରିଥିଲେ ରିୟଙ୍କା । ଏହାପରେ ବୁଖାରି ଲଭ ଜିହାଦ ଅଭିଯୋଗରେ ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଥିଲା।

ଏହା ବି ପଢନ୍ତୁ- ରଗଡ଼ି ଜେଲରେ STF ଟିମ, ଆଜିଠୁ 5ଦିନିଆ ରିମାଣ୍ଡରେ ଗଲା ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ

ପରେ ଜେଲ୍‌ରୁ ମୁକୁଳି ନିଜ ଲକ୍ଷ୍ୟ ସାଧ୍ୟ ପାଇଁ ସେ ଓଡ଼ିଶା ଆସିଥିଲା । ଏଠାରେ ମଧ୍ୟ ସେଭଳି କିଛି ପ୍ରୟାସ କରିବାର ଉଦ୍ୟମ କରିଥିଲା । ଏଠାରେ ରହୁଥିବା ଯାଜପୁର ନେଉଳପୁରରେ ତାର ଏଭଳି କାର୍ଯ୍ୟ ସନ୍ଦେହ ଘେରକୁ ଆସିଥିଲା । ଏନେଇ ଜଣେ ସ୍ଥାନୀୟ‌ ସାମ୍ବାଦିକ ଏ ସମ୍ପର୍କରେ ଖବର ପାଇ ୨୦୧୮ରେ ଧର୍ମଶାଳା ଥାନାରେ ପୋଲିସର ନଜରକୁ ଆଣିଥିଲେ । ହେଲେ ଧର୍ମ ପରିବର୍ତ୍ତନ ଭଳି ସାଙ୍ଘାତିକ ଅଭିଯୋଗ ବା ବୁଖାରିର ଏଭଳି କାରନାମାକୁ ସେତେବେଳେ ସବୁଜାଣି ଆଖି ବୁଜି ଦେଇଥିଲା ପୋଲିସ । ବୁଖାରିର ପତ୍ନୀ ଏନେଇ ସାମ୍ବାଦିକଙ୍କୁ ଧମକ ଚମକ ଦେବା ପରେ କଥା ଆଗକୁ ବଢ଼ିନଥିଲା ।

ତେବେ ଏବେ ସାମ୍ବାଦିକ ଜଣଙ୍କ ମୃତ୍ୟବରଣ କରିସାରିଥିବା ବେଳେ ସେବେଠୁ ବୁଖାରି ସନ୍ଦେହ ଘେରରେ ଥିଲା । ତେବେ ବୁଖାରିର ଧର୍ମ ପରିବର୍ତ୍ତନ କରାଇବା ଢାଞ୍ଚା ପଛରେ କିଏ ? ଏନେଇ କଠୋର ପନ୍ଥା ପାକିସ୍ଥାନୀ ମୁଫତି ତାରିକ ମାସୁଦର କନେକ୍ସନ ଥିବା ସନ୍ଦେହ କରୁଛି ଏସଟିଏଫ । କାରଣ ଏସଟିଏଫ ରିମାଣ୍ଡ ବେଳେ କିଛି ପ୍ରମାଣ ପାଇଛି ଯେ ମୁଫତି ତାରିକ ସହ ଯୋଗାଯୋଗରେ ଥିଲା ବୁଖାରି । ମୁଫତି ତାରିକ୍ ମାସୁଦ ଦ୍ବାରା ପ୍ରଭାବିତ ହୋଇ ଏଭଳି ଏକ ପ୍ରୟାସ ଚଳାଇଥିଲା କି ? ଏଯାବତ ୬ଜଣଙ୍କ ସମ୍ପର୍କରେ ଜାଣିସାରିବା ବେଳେ ସେ ଦିଗରେ ମଧ୍ୟ ଏସଟିଏଫ ସନ୍ଦେହ କରୁଛି ।

ଏହା ବି ପଢନ୍ତୁ- ପାକିସ୍ତାନ ଏଜେଣ୍ଟ ସହ ମିଳିଲା ଚାଟିଂ ପ୍ରମାଣ, ଆତଙ୍କୀ ସଂଗଠନ ପାଇଁ ପିଲା ଯୋଗାଡ଼ ସନ୍ଦେହ

ଭାରତ ସମେତ ନେପାଳର ମଧ୍ୟ‌ ୧୨ ଯୁବତୀଙ୍କ ସହ ଅନଲାଇନ ଚାଟିଂ କରିବାର ସୁରାକ ପାଇଛି STF । ଧର୍ମ ପରିବର୍ତ୍ତନ ପାଇଁ କିଛି ଟଙ୍କା ପାଉଥିଲା କି ବୁଖାରି ? ଏନେଇ କିଛି ସଂଗଠନ ସହ କାମ କରୁଥିଲା କି ? ଏହା ତାର‌ ବୃତ୍ତିଗତ କାମ ଥିଲା କି ? ଏଭଳି ଅନେକ ଦିଗକୁ ନେଇ ରିମାଣ୍ଡ ବେଳେ ପଚରାଉଚରା ଜାରି ରଖିଛି ଏସଟିଏଫ ଟିମ୍‌ । ସେପଟେ ଇଣ୍ଟେଲିଜେନ୍ସ ବ୍ୟୁରୋ IB ଓ ପଞ୍ଜାବ ପୋଲିସର ଏକ ଟିମ ଭୁବନେଶ୍ବରରେ ପହଞ୍ଚିସାରିଛି । ଖୁବଶୀଘ୍ର ରିମାଣ୍ଡ ବେଳେ ପଚରାଉଚରା କରିପାରନ୍ତି ବୋଲି ସୂଚନା ମିଳିଛି ।

ମୁଫତି ତାରିକ ମାସୁଦ‌ କିଏ ? :-ତେବେ ମୁଫତି ତାରିକ ମାସୁଦ‌ ଜଣେ କଠୋରପନ୍ଥୀ ଧର୍ମ ପ୍ରବଚକ । ନିଜର ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ସେ ମଧ୍ୟ ଅନେକ ଥର ଚର୍ଚ୍ଚାକୁ ଆସିଛି । ଏପରିକି ତାର ଅନେକ ବିବାଦୀୟ ଭାଷଣ ବା ହିନ୍ଦୁ ବିରୋଧୀ ଭାଷଣକୁ ନେଇ ଅନେକ ସମୟରେ ବିବାଦ ଦେଖାଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 20, 2023, 8:20 AM IST

ABOUT THE AUTHOR

...view details