ଓଡିଶା

odisha

ETV Bharat / state

ଅଗଷ୍ଟ ୯ରୁ ଖୋଲିବ ଖୋର୍ଦ୍ଧା ଉପଖଣ୍ଡର ଧାର୍ମିକ ଅନୁଷ୍ଠାନ - ଖୋର୍ଦ୍ଧା ଉପଖଣ୍ଡ

ଖୋର୍ଦ୍ଧା ଉପଖଣ୍ଡରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି । ଅଧିକ ପଢ଼ନ୍ତୁ...

religious places of  Khordha subdivision, religious places  to reopen in khordha, ଖୋଲିବ ଖୋର୍ଦ୍ଧା ଉପଖଣ୍ଡର ଧାର୍ମିକ ଅନୁଷ୍ଠାନ, ଖୋର୍ଦ୍ଧା ଉପଖଣ୍ଡ, ଧାର୍ମିକ ଅନୁଷ୍ଠାନ
ଅଗଷ୍ଟ ୯ରୁ ଖୋଲିବ ଖୋର୍ଦ୍ଧା ଉପଖଣ୍ଡର ଧାର୍ମିକ ଅନୁଷ୍ଠାନ

By

Published : Aug 5, 2021, 10:46 PM IST

ଖୋର୍ଦ୍ଧା : କୋରୋନା ସଂକ୍ରମଣ କମିବା ପରେ ରାଜ୍ୟରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଖୋର୍ଦ୍ଧା ଉପଖଣ୍ଡରେ ଧର୍ମାନୁଷ୍ଠାନ ଖୋଲିବା ଲାଗି ଏକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଉପଖଣ୍ଡରେ ଥିବା ଧାର୍ମିକ ଅନୁଷ୍ଠାନ ଗୁଡିକ ଅଗଷ୍ଟ ୯ରୁ ଖୋଲିବାକୁ ନିଷ୍ପତି ନିଆଯାଇଥିବା ପ୍ରଶାସନ ସୂଚନା ଦେଇଛି । ଧର୍ମାନୁଷ୍ଠାନ ଗୁଡିକ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ଶ୍ରଦ୍ଧାଳୁମାନେ ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଧର୍ମାନୁଷ୍ଠାନ ମାନଙ୍କରେ ଦର୍ଶନ କରିପାରିବେ । ଧର୍ମାନୁଷ୍ଠାନ ମାନଙ୍କରେ ପୂଜା ଓ ନୀତିକାନ୍ତି ପାଇଁ କେବଳ ପୂଜକ ରାତି ୮ଟା ପର୍ଯ୍ୟନ୍ତ ରହିପାରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି ।

ସେହିପରି ଧାର୍ମିକ ଅନୁଷ୍ଠାନକୁ ଶ୍ରଦ୍ଧାଳୁ ଭୋଗ ନେବେ ନାହିଁ କି ଧର୍ମାନୁଷ୍ଠାନ ମାନଙ୍କରେ ପ୍ରସାଦ ସେବନ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ତେବେ କୋଭିଡ ନିୟମ ପାଳନ ପୂର୍ବକ ଧର୍ମାନୁଷ୍ଠାନ ସବୁ ଖୋଲିବା ପାଇଁ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଧର୍ମାନୁଷ୍ଠାନ ମାନଙ୍କରେ ନୋଟିସ ଲଗାଇବାକୁ ବୈଠକରେ ଆଲୋଚନା ହୋଇଥିବାବେଳେ ଧାର୍ମିକ ଅନୁଷ୍ଠାନକୁ ପ୍ରବେଶ ପୂର୍ବରୁ ଥର୍ମାଲ ସ୍କ୍ରିନିଂ କରାଯିବ, ଏଥିସହିତ ସାମାଜିକ ଦୂରତା ରଖିବା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details