ଭୁବନେଶ୍ବର:ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଏହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟ ବ୍ୟାଙ୍କ ଉପରେ କଂଗ୍ରେସର ନଜର । ଏହାକୁ ଦୃଷ୍ଟିରେ ରଖି ମହିଳା କଂଗ୍ରେସର ସଂଗଠନ ଉପରେ ଗୁରୁତ୍ୱ ଦିଆଯାଇଛି । ସଂଗଠନକୁ ଅଧିକ କ୍ରିୟାଶୀଳ କରିବାକୁ ମହିଳା କଂଗ୍ରେସର ଦାୟିତ୍ୱ ବଣ୍ଟନ ହୋଇଛି । ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସଭାପତି ନିତା ଡି ସୌଜା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କର୍ମକର୍ତ୍ତା, କାର୍ଯ୍ୟକାରୀ କମିଟି ସଭ୍ୟା, ସ୍ଵତନ୍ତ୍ର ନିମନ୍ତ୍ରିତ ସଭ୍ୟା, ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାନେତ୍ରୀ ଏବଂ ବିଭିନ୍ନ ବିଭାଗର ସଂଯୋଜିକାମାନଙ୍କର ନାମ ଘୋଷଣା କରାଯାଇଥିବା ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡ଼ା ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ଏହି କମିଟିରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଉପସଭାନେତ୍ରୀ ଭାବରେ ଏଲ ମାଣିକ ପ୍ରଭା, ଜ୍ୟୋର୍ତିମୟୀ ବାଗ, ରଶ୍ମି ମହାପାତ୍ର ଓ ସଂଗୀତ ସିଂ ପ୍ରମୁଖ ରହିଥିବା ବେଳେ ସାଧାରଣ ସଂପାଦିକା ଭାବରେ ରିତାଶ୍ରୀ ମହାନ୍ତି, ସିଲି ସେଠୀ, ଶୁଭଦ୍ରା ମିଶ୍ର, ଅମିତବାଳା ଆଚାର୍ଯ୍ୟ, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ଶ୍ରୀୟାସ୍ମିତା ପଣ୍ଡା, ସୁପ୍ରଭା ବରାଇ, ବିଜୟଲକ୍ଷ୍ମୀ ପ୍ରିୟଦର୍ଶିନୀ, ସୁକାନ୍ତି ସରାଫ, ମହେନ୍ଦ୍ରି ସାହୁ ଓ ନମିତା ମାଝିଙ୍କୁ ନିଯୁକ୍ତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ- Congress Show of Strength: ‘2024ରେ ଧର୍ମ ଅଧର୍ମର ଲଢେଇ ହେବ’