ଓଡିଶା

odisha

ETV Bharat / state

ବେଆଇନ ମାଙ୍କଡ଼ା ପଥର ଗାଡ଼ି ଜବତ

ଦିନକୁ ଦିନ ବଢ଼ି ଚାଲିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ । ଅଧିକ ପଢ଼ନ୍ତୁ

By

Published : May 14, 2022, 10:41 PM IST

ବେଆଇନ ମାଙ୍କଡ଼ା ପଥର ଗାଡ଼ି ଜବତ
ବେଆଇନ ମାଙ୍କଡ଼ା ପଥର ଗାଡ଼ି ଜବତ

ଖୋର୍ଦ୍ଧା : ଦିନକୁ ଦିନ ବଢ଼ି ଚାଲିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ମାଙ୍କଡା ପଥର ଚୋରା ଚାଲାଣକାରୀଙ୍କ ଦୌରାତ୍ମ୍ୟ । ପଥର ଚୋରା ଚାଲାଣକାରୀମାନେ ଏକର ଏକର ଟାଙ୍ଗରା ଭୂଇଁକୁ କାଟି ବେଆଇନ ପଥର ଖଣି ଖୋଳୁଛନ୍ତି । ଆଉ ଏଥିରୁ ଲୁଟୁଛନ୍ତି କୋଟିକୋଟି ଟଙ୍କାର ରାଜସ୍ବ । ସେହିଭଳି ଆଜି ବେଆଇନ ଭାବେ ମାଙ୍କଡା ପଥର ଚୋରା ଚାଲାଣବେଳେ ବେଗୁନିଆ ତହସିଲ ପକ୍ଷରୁ ଚଢ଼ାଉ କରି ଦୁଇଟି ଗୋଟି ଗାଡି ଜବତ କରିଛି ।

ବେଗୁନିଆ ତହସିଲ ପକ୍ଷରୁ ଚଢ଼ାଉ କରି ଚକାପଦା-କଡବ ରାସ୍ତାରୁ ଦୁଇଟି ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ । ଆଗକୁ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ବେଗୁନିଆ ତହସିଲଦାର ପୃଥ୍ବୀରାଜ ମଣ୍ଡଳ ସୂଚନା ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details