ଭୁବନେଶ୍ବର: ହୋ ଭକତେ ଦିଅ ହରିବୋଲ ରଥରେ ବିରାଜିଛନ୍ତି କାଳିଆ ସାଆନ୍ତେ...ଘଣ୍ଟ ଘଣ୍ଟା ସାଙ୍ଗକୁ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହୋଇଥିଲା ଏକାମ୍ରକ୍ଷେତ୍ର । ତିନି ଦିଅଁଙ୍କୁ ରଥାରୁଢ ଦେଖି କୃତ୍ୟକୃତ୍ୟ ହୋଇଥିଲେ ଭକ୍ତ । ଚକାନୟନକୁ ଦେଖି ଭିଜିଥିଲା ରାଜଧାନୀର ହଜାର ହଜାର ଭକ୍ତଙ୍କ ଆଖି । ପୂର୍ବାହ୍ନରୁ ସନ୍ଧ୍ୟା ଯାଏ ରାଜଧାନୀ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଧୁମଧାମରେ ପାଳନ ହୋଇଥିଲା ବିଶ୍ବନିୟନ୍ତାଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରାଜଧାନୀରେ ରଥଯାତ୍ରା ବଡଦାଣ୍ଡର ଭ୍ରମ ସୃଷ୍ଟି କରିଥିଲା । ଏକାମ୍ରର କ୍ଷେତ୍ରରେ ଉତ୍ତରରୁ ଉପକଣ୍ଠ ଜମିଥିଲା ଘୋଷଯାତ୍ରା ।
ଭୁବନେଶ୍ୱରରେ ଧୁମଧାମରେ ହୋଇଛି ରଥଯାତ୍ରା । ରଥ ଭକ୍ତମୟ ହୋଇଥିଲା ଏକାମ୍ରକ୍ଷେତ୍ର । ବିଭିନ୍ନ ସ୍ଥାନରେ ଭକ୍ତଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ବଡଦାଣ୍ଡର ଭ୍ରମ ସୃଷ୍ଟି ହୋଇଥିଲା । ରଥାରୁଢ଼ ତିନି ଠାକୁରଙ୍କୁ ଦେଖିବା ପାଇଁ ବିଭିନ ସ୍ଥାନରେ ଭକ୍ତଙ୍କ ଗହଳ ଚହଳ ଲାଗିଥିଲା । ସବୁ ବର୍ଷ ପରି ଏବର୍ଷ ମଧ୍ୟ ଲୋକଙ୍କ ଗହଣରେ ରଥଯାତ୍ରା ଥିଲା ବେସ ମନୋରମ ହୋଇଥିଲା । ପଟିଆ କିଟ୍ ଜଗନ୍ନାଥ ମନ୍ଦିରର ରଥଯାତ୍ରା ଠାରୁ ଆରମ୍ଭ କରି ଆରସିଏମ ରଥଯାତ୍ରା । ସେହିପରି ୟୁନିଟ ୮ରଥଯାତ୍ରା ଠାରୁ ଆରମ୍ଭ କରି କାକରୁଦ୍ରପୁର,ପଟିଆ,ଶୈଳଶ୍ରୀ ବିହାର, ସେକ୍ରେଟାରୀ ଏଟ ଜଗନ୍ନାଥ ମନ୍ଦିରର ରଥଯାତ୍ରା ବେଶ ଧୁମଧାମରେ ପାଳନ ହୋଇଥିଲା । ଭୁବନେଶ୍ୱରରେ ତିନି ନିର୍ବାଚନ ମଣ୍ଡଳୀର ରଥଯାତ୍ରାରେ ଅଧିକ ଗହଳ ଚହଳ ଦେଖିବାକୁ ମିଳିଥିଲା । ଏକାମ୍ର ନିର୍ବାଚନମଣ୍ଡଳୀ ଠାରୁ ଆରମ୍ଭ କରି ଉତ୍ତର ନିର୍ବାଚନ ମଣ୍ଡଳୀ ଅଞ୍ଚଳ ସମେତ ଜୟଦେବ ନିର୍ବାଚନ ମଣ୍ଡଳୀର କାକରୁଦ୍ରପୁର ରଥଯାତ୍ରା ବେସ ଧୁମଧାମରେ ଲୋକଙ୍କ ଗହଣରେ ହୋଇଥିଲା ସମ୍ପର୍ଣ୍ଣ ହୋଇଛି ।