ଓଡିଶା

odisha

ETV Bharat / state

ରଥଯାତ୍ରା ପାଇଁ ପ୍ରାକ୍ ସୁରକ୍ଷା ବୈଠକ

ଜୁଲାଇ 4 ତାରିଖରେ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଏହି ସମୟରେ ଶ୍ରୀକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ନେଇ ଡ଼ିଜିପିଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।

By

Published : May 28, 2019, 2:28 PM IST

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ଦୃଷ୍ଟିରେ ରଖି ଅନୁଷ୍ଠିତ ହେଇଯାଇଛି ଆଇନଶୃଙ୍ଖଳା ବୈଠକ । ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଜୁଲାଇ 4 ତାରିଖରେ ରଥଯାତ୍ରା ହେବାକୁ ଥିବାବେଳେ ଶ୍ରୀକ୍ଷେତ୍ରରେ କିପରି ସୁରକ୍ଷା ଯୋଗାଇ ଦିଆଯିବ । ଶାନ୍ତି-ଶୃଙ୍ଖଳା କିପରି ବଜାୟ ରଖାଯିବ ଏବଂ ବିଶେଷ କରି ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯେପରି କୌଣସି ଅଘଟଣ ନଘଟେ ତାହାକୁ ଆଲୋଚନାରେ ଗୁରୁତ୍ବ ଦିଆଯାଇଛି ।

ଡ଼ିଜିପିଙ୍କ ସମେତ ଗୁଇନ୍ଦା ନିର୍ଦେଶକ ସୁନିଲ ରାୟ, ଆଇନଶୃଙ୍ଖଳା ଆଇଜି ସଂଜିବ ପଣ୍ଡା, ଆଇଜି ଅରୁଣ ବୋଥ୍ରା , ପୋଲିସ କମିଶନର ସତ୍ଯଜିତ ମହାନ୍ତିଙ୍କ ସହ ବୈଠକରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଏସପି ଉମାଶଙ୍କର ଦାସ ମଧ୍ୟ ଉପସ୍ଥିତ ରହିଛନ୍ତି ।

ଭୁଭନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details