ଓଡିଶା

odisha

ETV Bharat / state

Weather Update: ଲଘୁଚାପ ପ୍ରଭାବରେ ଭିଜୁଛି ଓଡିଶା, ଅନୁଗୋଳରେ ସର୍ବାଧିକ ବର୍ଷା ରେକର୍ଡ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା । ୨୪ ଘଣ୍ଟାରେ ୩୧.୭ମିମି ବର୍ଷା ରେକର୍ଡ । ଅଧିକ ପଢନ୍ତୁ

rainfall continues several districts in odisha
rainfall continues several districts in odisha

By

Published : Jun 26, 2023, 2:23 PM IST

ଭୁବନେଶ୍ବର:ଓଡିଶାକୁ ମୌସୁମୀ ଛୁଇଁବା ପରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଗତ ୨୪ଘଣ୍ଟାରେ ରାଜ୍ୟରେ ୩୧.୭ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୮.୬ ମିମି ତୁଳନାରେ ୨୬୯ ପ୍ରତିଶତ ଅଧିକ । ଅନୁଗୋଳ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୧.୧ମିମି ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ବର୍ଷା ୭.୩ମିମି ତୁଳନାରେ ୧୨୮୫ ପ୍ରତିଶତ ଅଧିକ ରହିଛି । ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସକ୍ରିୟ ଲଘୁଚାପ ଯୋଗୁଁ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଲାଗି ରହିଛି ବର୍ଷା । ରାସ୍ତାଘାଟ ସବୁ ଜଳମୟ । ଆସନ୍ତାକାଲି ବର୍ଷାର ପରିମାଣ ସାମାନ୍ୟ କମିପାରେ । ଆଜି ଉତ୍ତର ଓଡିଶା ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ । ଏହା ସହ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭.୬ କିମି ଉଚ୍ଚତା ଯାଏଁ ବ୍ୟାପିଛି । ଏହା ଆଗାମୀ ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ ମଧ୍ୟ ଦେଇ ଉତ୍ତର ମଧ୍ୟପ୍ରଦେଶ ମୁହାଁ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ସକ୍ରିୟ ମୌସୁମୀ, ଦୁଇ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା

ବର୍ଷାର ସମ୍ଭାବନାକୁ ନେଇ ରବିବାର ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିଲା । ସୋନପୁର, ବୌଦ୍ଧ, ବଲାଙ୍ଗୀର ସମ୍ବଲପୁର, ବରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ନବରଙ୍ଗପୁର, ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ ।

ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ଏବଂ ଉତ୍ତର ବଙ୍ଗୋପସାଗରକୁ ଯିବାକୁ ବାରଣ କରାଯାଇଛି । ଗତକାଲି ରାଜ୍ୟରେ ୨୭.୩ ମିମି ବର୍ଷା ରେକର୍ଡ କରାଯାଇଥିଲା । ଯାହା ସ୍ବାଭାବିକ ବର୍ଷା ୯ ମିମି ତୁଳନାରେ ୨୦୫ ପ୍ରତିଶତ ଅଧିକ । ୧୧ଟି ସ୍ଥାନରେ ୧୦୦ରୁ ୧୮୦ ପ୍ରତିଶତରୁ ଅଧିକା ବର୍ଷା ହୋଇଥିବା ବେଳେ ଦେବଗଡ଼ ଜିଲ୍ଲାରେ ସର୍ବାଧିକ ବର୍ଷା ୧୦୬.୩ ମିମି ବର୍ଷା ରେକର୍ଡ କରାଯାଇଥିଲା।

ABOUT THE AUTHOR

...view details