ଖୋର୍ଦ୍ଧା: ରଥଯାତ୍ରା ପୂର୍ବରୁ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୋଲଗଡ଼ବାସୀଙ୍କୁ ଦେଲେ ଭେଟି । ବୋଲଗଡ଼ ପାସେଞ୍ଜର ହଲ୍ଟକୁ ଜୁଲାଇ ପହିଲାରୁ ନିୟମିତ ରେଳ ଷ୍ଟେସନରେ ପରିଣତ କରିବାକୁ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ।
Railway Minister Declare: ଜୁଲାଇ ୧ରୁ ନିୟମିତ ରେଳ ଷ୍ଟେସନ ହେବ ବୋଲଗଡ଼ - ବୋଲଗଡ଼ ପାସେଞ୍ଜର ହଲ୍ଟକୁ ନିୟମିତ ରେଳ ଷ୍ଟେସନ ଘୋଷଣା
ଖୋର୍ଦ୍ଧାର ବୋଲଗଡ଼ ପାସେଞ୍ଜର ହଲ୍ଟକୁ ଜୁଲାଇ ପହିଲାରୁ ନିୟମିତ ରେଳ ଷ୍ଟେସନରେ ପରିଣତ କରିବାକୁ ଘୋଷଣା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଅଧିକ ପଢନ୍ତୁ
Railway Minister Declare: ଜୁଲାଇ ୧ରୁ ନିୟମିତ ରେଳ ଷ୍ଟେସନ ହେବ ବୋଲଗଡ଼
ଏହି ଅବସରରେ ଆଜି(ରବିବାର) ବୋଲାଗଡ଼ ଠାରେ ବୋଲଗଡ଼ ନାଗରିକ ସୁରକ୍ଷା ମଞ୍ଚର ଆବାହକ ବିଶ୍ୱଜିତ ସ୍ୱାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେହିପରି ଦୀର୍ଘ ଦିନର ଏହି ଦାବିକୁ ସଫଳ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ଵିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଷ୍ଟେସନ ଦ୍ୱାରା ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପକୃତ ହେବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ