ଭୁବନେଶ୍ବର:ରେଳ ଆଧୁନିକୀକରଣ କାର୍ଯ୍ୟ ଚାଲିଥିବାରୁ ଅନେକାଂଶରେ ରେଳ ସେବା ପ୍ରଭାବିତ ହୋଇଛି । ସମ୍ବଲପୁର ସିଟି ଏବଂ ମାନେଶ୍ଵର ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ କରାଯାଉଛି । ଚକ୍ରଧରପୁର ରେଳ ମଣ୍ଡଳ ଅଧୀନରେ ଥିବା କାଂସବାହଲ ଏବଂ ରାଜଗାଙ୍ଗପୁର ଷ୍ଟେସନ ମଧ୍ୟରେ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି । ଯାହାଦ୍ବାରା ରାଉରକେଲା-ଝାରସୁଗୁଡା-ସମ୍ବଲପୁର ଏବଂ ସିଟି-ରେଢ଼ାଖୋଲ ରେଳ ସେକ୍ସନରେ ଟ୍ରେନ୍ ସେବା ପ୍ରଭାବିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଟ୍ରେନ୍ର ସମୟରେ ସାମୟିକ ପରିବର୍ତ୍ତନ କରାଯାଇଛି । ଟ୍ରେନ ଚଳାଚଳ ସମ୍ପର୍କରେ ନିର୍ଦ୍ଧାରିତ ସୂଚୀ ତଥା ବାତିଲ କରାଯାଇଥିବା ଟ୍ରେନର ବିବରଣୀ ଉପରେ ନଜର ପକାନ୍ତୁ ।
ଆସନ୍ତା 24 ତାରିଖ ଦିନ 20472 ପୁରୀ-ବିକାନେର ଏକ୍ସପ୍ରେସ ଏହାର ନିର୍ଦ୍ଧାରିତ ସମୟ ସକାଳ 6 ଟା 35 ମିନିଟ ପରିବର୍ତ୍ତେ ପୁରୀରୁ ସକାଳ 8 ଟା 35 ମିନିଟରେ ଛାଡିବ। 23 ତାରିଖ ଦିନ 20917 ଇନ୍ଦୋର-ପୁରୀ ଏକ୍ସପ୍ରେସ ଇନ୍ଦୋରରୁ ଏହାର ନିର୍ଦ୍ଧାରିତ ସମୟ ଅପରାହ୍ନ 3ଟା ପରିବର୍ତ୍ତେ ଇନ୍ଦୋରରୁ ସନ୍ଧ୍ୟା 5ଟାରେ ଛାଡ଼ିବ। ସେହିପରି 24 ତାରିଖ ଦିନ 18311 ସମ୍ବଲପୁର-ବନାରସ ଦ୍ବି-ସାପ୍ତାହିକ ଏକ୍ସପ୍ରେସ ସମ୍ବଲପୁରରୁ ଏହାର ନିର୍ଦ୍ଧାରିତ ସମୟ ଅପରାହ୍ନ 1ଟା 05 ମିନିଟ ପରିବର୍ତ୍ତେ ଅପରାହ୍ନ 3ଟା 50 ମିନିଟରେ ଛାଡିବ । 23 ତାରିଖ ଦିନ 18478 ଋଷିକେଶ-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଋଷିକେଶରୁ ସକାଳ 5ଟା 35 ମିନିଟ ପରିବର୍ତ୍ତେ ପୂର୍ବାହ୍ନ 9 ଟା 20 ମିନିଟରେ ଛାଡିବ ।
ଅପରପକ୍ଷେ 24 ତାରିଖ ଦିନ ଉଭୟ ଦିଗରୁ 18125/18126 ରାଉରକେଲା-ପୁରୀ-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ବାତିଲ ରହିବ । 24 ତାରିଖ ଦିନ ଉଭୟ ଦିଗରୁ 18107/18108 ରାଉରକେଲା-ଜଗଦଲପୁର-ରାଉରକେଲା ଇଣ୍ଟର ସିଟି ଏକ୍ସପ୍ରେସ ବାତିଲ ରହିବ। ଏହାସହ 23 ତାରିଖ ଦିନ ଏବଂ 25ରୁ 30 ତାରିଖ ମଧ୍ୟରେ 18125/18126 ରାଉରକେଲା-ପୁରୀ ରାଉରକେଲା ଏକ୍ସପ୍ରେସ ଉଭୟ ଦିଗରୁ ପୁରୀ ଏବଂ ସମ୍ବଲପୁର ମଧ୍ୟରେ ଟ୍ରେନ ଆଂଶିକ ବାତିଲ ରହିବ । 23 ତାରିଖରୁ 30 ତାରିଖ ପର୍ଯ୍ୟନ୍ତ 12893/12894 ଭୁବନେଶ୍ବର-ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ଜୁଜୋମୁରା ଏବଂ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ । 24 ତାରିଖ ଦିନ ହାୱଡ଼ାରୁ ଛାଡ଼ିବାକୁ ଥିବା 12871 ହାୱଡ଼ା-ଟିଟିଲାଗଡ ଇସ୍ପାତ ଏକ୍ସପ୍ରେସ ଚକ୍ରଧରପୁର ପର୍ଯ୍ୟନ୍ତ ଯାତ୍ରା କରିବ ।