ଖୋର୍ଦ୍ଧା :ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ। ଆଜିର ଦିନରେ ପୁରୀରେ ହବିଷ୍ଯାଳିଙ୍କ ଭିଡ ଜମେ । କିନ୍ତୁ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ କୋରୋନା ଯୋଗୁଁ ପୁରୀଙ୍କୁ ଯାଇପାରିନାହାନ୍ତି ହବିଷ୍ଯାଳୀ । ଏନେଇ ଖୋର୍ଦ୍ଧା ଜିଲ୍ଲାର ଗାଁ ଗୁଡିକରେ ଥିବା ମନ୍ଦିର ଓ ବୃନ୍ଦାବତୀଙ୍କ ନିକଟରେ ବ୍ରତପାଳନ କରୁଛନ୍ତି ହବିଷ୍ୟାଳି ।
ପଞ୍ଚୁକ ବ୍ରତ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ
ଆଜିଠୁ ଆରମ୍ଭ ହୋଇଯାଇଛି ପଞ୍ଚୁକ ବ୍ରତ । ପୁରୀ ଯାଇନପାରି ମନ୍ଦିର ଓ ବୃନ୍ଦାବତୀଙ୍କ ନିକଟରେ ରାଧା ଦାମୋଦର ବ୍ରତ ପାଳନ କରୁଛନ୍ତି ବହିଷ୍ୟାଳି । ଅଧିକ ପଢନ୍ତୁ
ପଞ୍ଚୁକ ବ୍ରତ: ଗାଁ ମନ୍ଦିରରେ ହବିଷ୍ୟାଳିଙ୍କ ରାଧା ଦାମୋଦର ବ୍ରତ
ଆଜିଠୁ ପଞ୍ଚୁକ ଆରମ୍ଭ ହୋଇଯାଇଥିବାବେଳେ ଗାଁ ଗୁଡିକରେ ସକାଳୁ ସ୍ନାନ ସାରିବା ପରେ ବୃନ୍ଦାବତୀଙ୍କ ନିକଟରେ ରାଧା ଦାମୋଦର ବ୍ରତ ପାଳନ କରୁଛନ୍ତି ହବିଷ୍ୟାଳି । କାର୍ତ୍ତିକ ସାରା ହବିଷ ଭୋଜନ କରି ଏହି ବ୍ରତ ପାଳନ କରିଥାନ୍ତି ହବିଷ୍ୟାଳିମାନେ । ଏଥି ସହ ଘରେ ଘରେ ବୃନ୍ଦାବତୀଙ୍କ ମୂଳରେ ମୁରୁଜରେ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଚିତା ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ