ଖୋର୍ଦ୍ଧା: ଶ୍ରୀମନ୍ଦିର ଚାରିପାଖରେ 75 ମିଟର ଦୂରତାରେ ପ୍ରାଚୀନ ମଠ ମନ୍ଦିର ଉଚ୍ଛେଦ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ। ଏନେଇ ବଜରଙ୍ଗ ଖୋର୍ଦ୍ଧା ଶାଖା ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ମଠ ଉଚ୍ଛେଦ ପ୍ରକ୍ରିୟାକୁ ବିଶ୍ବ ହିନ୍ଦୁ ପରିଷଦର ବିରୋଧ
ଶ୍ରୀମନ୍ଦିର ଚାରିପାଖରେ 75 ମିଟର ଦୂରତାରେ ପ୍ରାଚୀନ ମଠ ମନ୍ଦିର ଉଚ୍ଛେଦ ପ୍ରକ୍ରିୟାକୁ ଦୃଢ଼ ବିରୋଧ କରିଛି ବିଶ୍ବ ହିନ୍ଦୁ ପରିଷଦ।
ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା
ଖବର ଅନୁଯାୟୀ, ମଠ ଉଚ୍ଛେଦ ଦ୍ବାରା ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ଘଟିବ ବୋଲି ଶାଖା ଦାବିପତ୍ରରେ ଉଲ୍ଲେଖ କରିଛି। ସେହିପରି ଭାଙ୍ଗିବାପାଇଁ ଥିବା ମଠ ମନ୍ଦିର ପାଇଁ ନୂତନ ସ୍ଥାନ ନିରୂପଣ କରିବା ପରେ ଭଙ୍ଗାଯାଉ ବୋଲି ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ଦାବି କରିଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ