ଭୁବନେଶ୍ବର: ଆଜି ବିଧାନସଭାରେ ବସିଥିଲା ପିଏସି ବୈଠକ । ପିଏସି ବୈଠକରେ ଜଳ ସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଛି । ତେବେ ବିଭାଗର ମନମୁଖୀ କାର୍ଯ୍ୟକ୍ରମକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି କମିଟି । ବିଭାଗର ନିଷ୍ପତ୍ତି ସନ୍ଦେହଜନକ ଥିବାରୁ ଆସନ୍ତା 10 ତାରିଖରେ ଫିଲଡ ଭିଜିଟ କରିବ କମିଟି ।
ପବ୍ଲିକ ଆକାଉଣ୍ଟସ କମିଟିର ଷଷ୍ଠ ବୈଠକ ଆଜି ଅନୁଷ୍ଠିତ ହୋଇଛି । କମିଟିର ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର, ମୋହନ ମାଝୀଙ୍କ ସମେତ 5 ସଦସ୍ୟ ଉପସ୍ଥିତ ଥିଲେ । ଜଳସମ୍ପଦ ବିଭାଗର 6ଟି କାର୍ଯ୍ୟକ୍ରମ ବାବଦରେ ଆଲୋଚନା ହୋଇଛି । ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସମେତ ସମସ୍ତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ତେବେ ଜଳସମ୍ପଦ ବିଭାଗ କାର୍ଯ୍ୟକ୍ରମ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି କମିଟି ସଦସ୍ୟ । ନରସିଂହ କହିଛନ୍ତି ଯେ, ଜଳସମ୍ପଦ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା ହୋଇଛି । ବିଭାଗର କିଛି କାର୍ଯ୍ୟକ୍ରମରେ ସନ୍ଦେହ ହେବାରୁ ଫିଲ୍ଡ ଭିଜିଟ ଲାଗି ତାରିଖ ରଖାଯାଇଛି । ଆସନ୍ତା 10 ତାରିଖରେ କମିଟି ଫିଲଡ଼ ଭିଜିଟରେ ଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । କମିଟି ତୃଣମୂଳ ସ୍ତରରେ ପରିଦର୍ଶନ କରିବା ପରେ ଯାହା ପଦକ୍ଷେପ ନିଆଯିବ ।