ଓଡିଶା

odisha

ETV Bharat / state

ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଶତାଧିକ ସବୁଜ ପତ୍ରିକାଧାରୀ ମହିଳା - Protesters surround the Khordha tehsil office

ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶତାଧିକ ମହିଳା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ 8 ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

ତହସିଲ କାର୍ଯ୍ୟାଳୟ ଘେରାଉ
ତହସିଲ କାର୍ଯ୍ୟାଳୟ ଘେରାଉ

By

Published : Mar 22, 2021, 2:10 PM IST

ଖୋର୍ଦ୍ଧା: ସରକାର ପରିବାର ନିୟନ୍ତ୍ରଣ ପାଇଁ ସବୁଜ ପତ୍ରିକା ମାଧ୍ୟମରେ ବିଭିନ୍ନ ଯୋଜନା ଯୋଗାଇବାର ପ୍ରତିଶୃତି ସହ ପ୍ରଦାନ କରିଥିଲେ ସବୁଜ ପତ୍ରିକା। ମାତ୍ର ଏବେ ଏଥିରେ ବ୍ୟତିକ୍ରମ ହେବା ସହ ସରକାର ଦେଇଥିବା ପ୍ରତିଶୃତି ରଖୁନଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ବେଗୁନିଆ ବ୍ଲକର ଶତାଧିକ ମହିଳା ।

ତହସିଲ କାର୍ଯ୍ୟାଳୟ ଘେରାଉ

ଏନେଇ ସେମାନେ ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି । ସେମାନଙ୍କ କହିବା କଥା, ସରକାର ପରିବାର ନିୟନ୍ତ୍ରଣ ଯୋଜନା ମାଧ୍ୟରେ ଯୋଗାଉଥିବା ସହାୟତାରେ ଆଜି ବି ସେମାନେ ବଞ୍ଚିତ । ସରକାରଙ୍କ କଥାରେ ନିୟନ୍ତ୍ରଣ ତ ହେଲା, ହେଲେ ଏଯାବତ ସରକାର ଦେଇଥିବା ପ୍ରତିଶୃତି ପ୍ରତିଶୃତିରେ ହିଁ ରହିଗଲା।

ପତ୍ର ମାଧ୍ୟମରେ ଦେଇଥିବା 8ଟି ପ୍ରତିଶୃତିକୁ ସତେ ଯେପରି ଭୁଲିଗଲେ ସରକାର। ଏହି ପ୍ରତିଶୃତିକୁ ପାଳନ କରିବା ପାଇଁ ସରକାର ନିକଟରେ ଦାବି ଜଣାଇ ଆଜି(ସୋମବାର) ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଶତାଧିକ ମହିଳା ତହସିଲ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ସହ 8 ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details