ଓଡିଶା

odisha

ETV Bharat / state

ରୋଗୀ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା - କ୍ୟାପିଟାଲ ହସ୍ପିଟାଲ

ଚିକିତ୍ସା ଅବହେଳାରୁ ଏସଏନସିୟୁ ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି କ୍ୟାପିଟାଲ ହସ୍ପିଟାଲରେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଆନ୍ଦୋଳନ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ କର୍ମଚାରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 10, 2019, 1:10 PM IST

ଭୁବନେଶ୍ବର: ଏସଏନସିୟୁ ଆଟେଣ୍ଡାଣ୍ଟ ଅନୁପମା ନାୟକଙ୍କ ମୃତ୍ୟୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ ଆଣି ତାତିଲେ ତଳ ଶ୍ରେଣୀ କର୍ମଚାରୀ ।

ମଙ୍ଗଳବାର କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁ ବିଭାଗର ଅନୁପମା ନାୟକ ନାମକ କର୍ମଚାରୀଙ୍କ ଦେହ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଆଇସିୟୁ ବେଡ଼ ଖାଲିଥିଲେ ମଧ୍ୟ ବେଡ଼ ନାହିଁ ବୋଲି ଆଇସିୟୁ ବିଭାଗ କର୍ମଚାରୀମାନେ ମନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫଳରେ ବୁଧବାର ସକାଳୁ ଅନୁପମାଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ହସ୍ପିଟାଲ କର୍ମଚାରୀ ଓ ମୃତକଙ୍କ ପରିବାର ଲୋକେ ମୃତଦେହ ରଖି ପ୍ରତିବାଦ କରିଥିଲେ । ହସ୍ପିଟାଲ ନିର୍ଦ୍ଦେଶକଙ୍କ ପ୍ରତିଶ୍ରୁତି ପରେ କର୍ମଚାରୀମାନେ ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି ।


ଭୁବନେଶ୍ବରରୁ ବିକାଶ ଦାସ ଓ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details