ଭୁବନେଶ୍ବର:ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ କୃଷି ବିଲ୍କୁ ବିରୋଧ କରି ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟରେ ନବନିର୍ମାଣ କୃଷକ ସଙ୍ଗଠନ ରାଜଧାନୀରେ ଶନିବାର ମଧ୍ୟ ଧାରଣା ଜାରି ରଖି ବାଇକ୍ ଶୋଭାଯାତ୍ରା କରିଛି ।
ଶନିବାର ସଂଗଠନ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରିବା ସହ ମାଷ୍ଟର କ୍ୟାଣ୍ଟିନରେ ପ୍ରଧାନମନ୍ତ୍ରୀ ମୋଦି, ମନୋହର ଲାଲ ଖଟ୍ଟର, ମୁକେଶ ଅମ୍ବାନୀ ଏବଂ ଅଦାନୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ । କେନ୍ଦ୍ର ସରକାର କର୍ପୋରେଟଙ୍କ ସପକ୍ଷରେ କରିଥିବା ଏହି ଚାଷୀ ବିରୋଧୀ କଳା ଆଇନକୁ ପ୍ରତ୍ୟାହାର ନ କଲେ ଏହି ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି ।