ଓଡିଶା

odisha

ETV Bharat / state

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା, ମାମଲା ରୁଜୁ କଲା ମଞ୍ଚେଶ୍ବର ଥାନା ପୋଲିସ - ହାଇଟେକ୍ ହସ୍ପିଟାଲ

Private Hospital Blast Tragedy: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ମାମଲା ରୁଜୁ । ଦୁର୍ଘଟଣାର ୧୦ଦିନ ପରେ ମାମଲା ରୁଜୁ କଲା ମଞ୍ଚେଶ୍ବର ପୋଲିସ । ଅଧିକ ପଢ଼ନ୍ତୁ...

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା
ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା

By ETV Bharat Odisha Team

Published : Jan 7, 2024, 7:35 PM IST

Updated : Jan 7, 2024, 9:16 PM IST

ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା

ଭୁବନେଶ୍ବର: ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ମାମଲା ରୁଜୁ । ଦୁର୍ଘଟଣାର ୧୦ ଦିନ ପରେ ମାମଲା ରୁଜୁ କଲା ପୋଲିସ । ମୃତ ଦିଲ୍ଲୀପ ସାମନ୍ତରାୟଙ୍କ ମାଆଙ୍କ ଅଭିଯୋଗ ପରେ ମଞ୍ଚେଶ୍ବର ଥାନାରେ କେସ ନମ୍ବର ୪/୨୪ରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଆଇପିସିର ଦଫା ୨୮୫ ଆଧାରରେ ନିଆଁ ଲାଗିବା ଓ ନିଆଁ ଲାଗି ପୋଡି ହୋଇ ମୃତ୍ୟୁ ହେବା ଅବହେଳା ସହ ୩୦୪ A, ଉଦ୍ଦେଶ୍ୟ ନଥାଇ ହତ୍ୟା କରିବା ମାମଲାରେ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ପ୍ରକାଶ ପାଲ ।

ତେବେ ଗତ 29 ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର ତୃତୀୟ ମହଲାରେ ଏସି ମରାମତି ବେଳେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ 4 ଜଣ ଗୁରୁତର ଆହତ ହୋଇଥିଲେ । ହସ୍ପିଟାଲରେ ଏସି କମ୍ପ୍ରେସର ଫାଟି ବିସ୍ଫୋରଣ ଘଟଣାରେ ଏଯାବତ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଡେଲାଙ୍ଗ ଅଞ୍ଚଳର ଦିଲ୍ଲୀପ ସାମନ୍ତରାୟଙ୍କ ସହ ଶ୍ରୀତମ ସାହୁ ଓ କଣ୍ଟାବାଡର ଜ୍ୟୋତିରଞ୍ଜନ ମଲ୍ଲିକ ମୃତ୍ୟୁ ବରଣ କରିଛନ୍ତି । ତିନି ଜଣଙ୍କର ମୂତ୍ୟୁ ହୋଇସାରିଥିବା ବେଳେ ସିମାଞ୍ଚଳ ନାମକ ଯୁବକ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଗତ 31 ତାରିଖରେ ହସ୍ପିଟାଲ ବିସ୍ଫୋରଣ ଘଟଣାରେ ପ୍ରଥମ ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟକୁ ମୃତ ଘୋଷଣା କରିଥିଲା ହସ୍ପିଟାଲ କର୍ତ୍ତୃପକ୍ଷ । ଏନେଇ ମୃତଦେହକୁ ପୋଷ୍ଟମର୍ଟମ ସହ ଦିଲ୍ଲୀପଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । କିନ୍ତୁ ଗତ ୫ ତାରିଖରେ ଦିଲ୍ଲୀପ ମୃତ ନୁହଁନ୍ତି ବରଂ ଜୀବିତ ଥିବା କହି ମୃତ ହୋଇଥିବା ଲୋକ ଜ୍ୟୋତିରଞ୍ଜନ ମଲ୍ଲିକଙ୍କର ବୋଲି ଘୋଷଣା କରିଥିଲା ହସ୍ପିଟାଲ କର୍ତ୍ତୃପକ୍ଷ । ଯାହାକୁ ନେଇ ପୂର୍ବରୁ ଦିଲ୍ଲୀପ ମୃତ ଘୋଷଣା ଶୁଣି ଦିଲ୍ଲୀପଙ୍କ ପତ୍ନୀ ସୋମ୍ୟାଶ୍ରୀ ଜେନା ଆତ୍ମହତ୍ୟା କରିଥିଲେ । ପରେ ଦିଲ୍ଲୀପ ଗତ ୬ ତାରିଖରେ ମୃତ୍ୟୁବରଣ କରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ମୃତଦେହ ଚିହ୍ନଟରେ ତ୍ରୁଟି ଯୋଗୁଁ ଦିଲ୍ଲୀପଙ୍କ ପତ୍ନୀଙ୍କ ମୃତ୍ୟୁ ହେବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନାଁରେ ଏନେଇ ଦିଲ୍ଲୀପଙ୍କ ମାଆ ଅହଲ୍ୟା ସାମନ୍ତରାୟ ଓ ଏସି ରେଫ୍ରିଜେଟର ମେକାନିକ ଆସୋସିଏସନ୍ ମିଳିବ ଭାବେ ମଞ୍ଚେଶ୍ବର ଥାନାରେ‌ ରିପୋର୍ଟ ଦେଇଥଲେ ।

ଏହା ମଧ୍ୟ ପଢନ୍ତୁ.....ଘରୋଇ ହସ୍ପିଟାଲ ବିସ୍ଫୋରଣ ଘଟଣା: ନିଜକୁ ଦିଲ୍ଲୀପ କହୁଥିବା ବ୍ୟକ୍ତିଙ୍କ ମୃତ୍ୟୁ, ମୃତ୍ୟୁସଂଖ୍ୟା 3କୁ ବୃଦ୍ଧି

ସେପଟେ ଏନେଇ ବହୁ ବାଦ ବିବାଦ ପରେ ପୂର୍ବରୁ ଦୁଇଟି ଅପମୃତ୍ୟୁ ମାମଲା ପରେ ଏବେ ହସ୍ପିଟାଲ ବିସ୍ଫୋରଣ ଘଟଣା ନେଇ ମାମଲା ରୁଜୁ ହେବା ପରେ ହସ୍ପିଟାଲ ପାଇଁ ଅଡୁଆ ବଢିଛି । ଯେଉଁ ବିସ୍ଫୋରଣ ପାଇଁ ଏଭଳି ଘଟଣା ଘଟିଲା ତାହାକୁ ଅନେକ ପ୍ରଶ୍ନ ଉଠିଛି । ତୃତୀୟ ପକ୍ଷ ଏସି ରିପାୟାରିଂ ଏଜେନ୍ସିକୁ ଦାୟିତ୍ବ ଦିଆଯାଇଥିବା କଥା ହସ୍ପିଟାଲ କର୍ତ୍ତୃପକ୍ଷ କହୁଥିବା ବେଳେ ବାସ୍ତବିକ ଏକ ଭରସାଯୋଗ୍ୟ ସଂସ୍ଥାକୁ ଏସି ମରାମତି କାମ ଦିଆଯାଇଥିଲା କି ନାହିଁ । ଏନେଇ ସମ୍ପୃକ୍ତ ସଂସ୍ଥାର ଶ୍ରମ ଆଇନର ନିୟମ ପାଳନ କରୁଥିଲା କି ନାହିଁ ଏବଂ ଏହି ଦୁର୍ଘଟଣା ପାଇଁ ମେସିନାରି ନା ମନୁଷ୍ୟଗତ ତ୍ରୁଟି ରହିଛି ଏହାକୁ ନେଇ ଅନେକ ଦିଗ ଏବେ ସନ୍ଦେହ ଘେରକୁ ଆସିଛି । ଏତେବଡ଼ ଘଟଣା ପରେ ଅଗ୍ନିଶମ ବିଭାଗର ନିରବତା ଏବେ ଅନେକ ଦିଗକୁ ପ୍ରଶ୍ନ କରିଛି । କାରଣ ପ୍ରଥମ ଦିନରୁ ଅଗ୍ନିଶମ ଅଧିକାରୀ ଏହା କୌଣସି ଅଗ୍ନିକାଣ୍ଡ ନୁହେଁ ବରଂ ଏହା ଏସି କମ୍ପ୍ରେସର ବିସ୍ଫୋରଣ କହି ଘଟଣାରୁ ଦୁରେଇ ରହିଥିଲେ ।

ତେବେ ଏଭିଳି ଘଟଣାକୁ ନେଇ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, " ଫୌଜଦାରୀ ମାମଲା ରୁଜୁ ହେଲେ ଫାୟାର ସେଫ୍ଟି ମେଜର ଅଛି ନା ନାହିଁ । ଯେଉଁ କମ୍ପାନୀ ଏସି ମରାମତି ପାଇଁ ଠିକା ନେଇଛି ତାର ଷ୍ଟାଣ୍ଡାର୍ଡ ଅଛି କି ନାହିଁ । ମରାମତି ସମୟରେ ଏସଓପି କରିଛନ୍ତି କି ନାହିଁ । ଏହି ସମସ୍ତ ଘଟଣାକ୍ରମ ଫୌଜଦାରୀ ମାମଲା ରୁଜୁ ହେଲେ ସାମ୍ନାକୁ ଆସିବ । ଏହି ଘଟଣାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 7, 2024, 9:16 PM IST

ABOUT THE AUTHOR

...view details