ଓଡିଶା

odisha

ETV Bharat / state

ଅକ୍ଟୋବର ୩୧ ଯାଏଁ ଘରୋଇ ବସ ଧର୍ମଘଟ ସ୍ଥଗିତ, କାଲି ଥିଲା ଆନ୍ଦୋଳନ - ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ସ୍ଥଗିତ

ଘରୋଇ ବସ ସଂଘ ଦ୍ବାରା ଆସନ୍ତାକାଲିଠୁ ଦିଆଯାଇଥିବା ରାଜ୍ୟବ୍ୟାପୀ ଧର୍ମଘଟ ସ୍ଥଗିତ । ଅଧିକ ପଢନ୍ତୁ

Private bus association
Private bus association

By ETV Bharat Odisha Team

Published : Oct 9, 2023, 6:40 PM IST

ଅକ୍ଟୋବର ୩୧ ଯାଏଁ ଘରୋଇ ବସ ଧର୍ମଘଟ ସ୍ଥଗିତ, କାଲି ଥିଲା ଆନ୍ଦୋଳନ

ଭୁବନେଶ୍ବର:ଅକ୍ଟୋବର ୩୧ ଯାଏଁ ସ୍ଥଗିତ ରହିଲା ଘରୋଇ ବସ ଧର୍ମଘଟ । ଆସନ୍ତାକାଲି(ମଙ୍ଗଳବାର)ରୁ ଦିଆଯାଇଥିବା ରାଜ୍ୟବ୍ୟାପୀ ଘରୋଇ ବସ ଧର୍ମଘଟ ସ୍ଥଗିତ ରହିଛି । ବସ ଧର୍ମଘଟ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ । ଅକ୍ଟୋବର ୩୧ ଯାଏଁ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଘରୋଇ ବସ ମାଲିକ ସଂଘ ସଂପାଦକ ଦେବେନ୍ଦ୍ର ସାହୁ ।

୪ ଦଫା ଦାବି ପୂରଣ ନେଇ ବସ ଧର୍ମଘଟ ଡାକରା ଦେଇଥିଲା ବସ ମାଲିକ ସଂଘ । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ବସ ମାଲିକ ସଂଘ ବୈଠକ ବସିଥିଲା । ଆଲୋଚନା ସକରାତ୍ମକ ହୋଇଥିବା ବସ ସଂଘ ପକ୍ଷରୁ କୁହାଯାଇଥିଲା । ସେହିପରି ଅପରାହ୍ନରେ ବସ ମାଲିକ ସଂଘ କର୍ମକର୍ତ୍ତାଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଷ୍ଟିୟରିଂ କମିଟି ବୈଠକରେ ରାଜ୍ୟ ସରକାରଙ୍କ ସହିତ ସଂଘର ଆଲୋଚନା ସମ୍ପର୍କରେ ସୂଚନା ଦିଆଯାଇଥିଲା । ବୈଠକ ପରେ ବସ୍ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ବସ ମାଲିକ ସଂଘ ।

ଏହା ବି ପଢନ୍ତୁ- LAccMI Scheme: 12ରୁ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟ ଘରୋଇ ବସ ମାଲିକ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, "ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ ଚଳାଇବେ । ୧୬୦୦ରୁ ୧୦୦୦ ପଞ୍ଚାୟତରୁ ବ୍ଲକ ଓ ୬୦୦ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବ ବସ୍‌ । ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ଚାଲିବାକୁ ଥିବା ବସରେ ଆମର ସମସ୍ୟା ନାହିଁ । କିନ୍ତୁ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଚାଲିବାକୁ ଥିବା ବସକୁ ନେଇ ସଂଘର ସହ ବିଭାଗର ବିବାଦ ରହିଛି । ତେଣୁ ଏଠାରେ ଆମକୁ ସାମିଲ କରିବା ଲାଗି ଆମେ ଦାବି କରିଛୁ । ଏ ବାବଦରେ ଖୁବଶୀଘ୍ର ବିଚାର କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।"

ଏହା ବି ପଢନ୍ତୁ- ଲକ୍ଷ୍ମୀ ଯୋଜନାକୁ ବିରୋଧ, ନବରଙ୍ଗପୁରରେ ୨୪ ଘଣ୍ଟିଆ ବସ ଚଳାଚଳ ବନ୍ଦ

ଆସନ୍ତା 12 ତାରିଖରେ ପଞ୍ଚାୟତରୁ ବ୍ଲକ ମୁଖ୍ୟାଳୟ ପର୍ଯ୍ୟନ୍ତ ଲକ୍ଷ୍ମୀ ବସ ଚାଲିବ । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ଯିବାକୁ ଥିବା ଲକ୍ଷ୍ମୀ ବସ ୩୧ ପର୍ଯ୍ୟନ୍ତ ଚାଲିବାର ନାହିଁ । ଏବେ ଜିଲ୍ଲା ମୁଖ୍ୟାଳୟ ବସ୍ ଚାଲିବାକୁ ନଥିବାରୁ ୩୧ ଯାଏଁ ଧର୍ମଘଟ ସ୍ଥଗିତ ରହିଛି । ଆଉ ୩ ଦାବି ସରକାର ଗ୍ରହଣ କରିଛନ୍ତି । ୩୧ ଡିସେମ୍ବର ସୁଦ୍ଧା ପରମିଟ ଟ୍ରାନ୍ସଫର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । 15ରୁ 20 ବର୍ଷ ଗାଡିକୁ ଅସ୍ଥାୟୀ ପରମିଟ ଦିଆଯିବ । କାହାକୁ ପେଣ୍ଡିଂ ରଖାଯିବ ନାହିଁ । ଡିସେମ୍ବର ୨୦୨୩ ସୁଦ୍ଧା VLT ଓ ପ୍ୟାନିକ ବଟନ ଲଗାଇବା ଲାଗି ପରିବହନ ବିଭାଗ ବାଧ୍ୟତାମୂଳକ କରିଥିଲା । ତାହା ଆସନ୍ତା ବର୍ଷ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ବଢ଼େଇ ଦିଆଯାଇଛି ।

ମୋ ବସ କେବଳ ସହରାଞ୍ଚଳରେ ଚାଲୁ, ଗ୍ରାମାଞ୍ଚଳରେ ନଚାଲୁ ବୋଲି ଦାବି ଥିଲା । ସେ ନେଇ ଘରୋଇ ବସ ମାଲିକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ଯେଉଁ ଘରୋଇ ବସ କ୍ଷତି ସହୁଛନ୍ତି, ତାଙ୍କୁ ଆର୍ଥିକ ସାହାଯ୍ୟ ଦିଆଯାଉ । ଏନେଇ ଆସନ୍ତା ୧୩ ତାରିଖରେ ଏକ ବୈଠକ ଲୋକସେବା ଭବନରେ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details