ଓଡିଶା

odisha

ଶିକ୍ଷକ ଆନ୍ଦୋଳନରେ ସାମିଲ ହେଲା କଂଗ୍ରେସ, କହିଲା ନାର୍ଯ୍ୟ ଦାବି ଶୁଣନ୍ତୁ ସରକାର

By ETV Bharat Odisha Team

Published : Sep 15, 2023, 5:17 PM IST

ବିଭିନ୍ନ ଦାବି ନେଇ ସମୂହ ଶିକ୍ଷକ ଆନ୍ଦୋଳନ ତେଜିବାରେ ଲାଗିଛି। ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ। ଅଧିକ ପଢନ୍ତୁ

congress slams state govt
ଶିକ୍ଷକଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ

ଶିକ୍ଷକଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ

ଭୁବନେଶ୍ବର: ସାରା ରାଜ୍ୟରେ ପଡ଼ିଛି ଶିକ୍ଷକ ଆନ୍ଦୋଳନର ସାଙ୍ଘାତିକ ପ୍ରଭାବ । ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବାରୁ ବିଭିନ୍ନ ସ୍କୁଲ୍‌ରେ ତାଲା ପଡ଼ିଛି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ତେଜିଛି ରାଜନୀତି । ଶିକ୍ଷକମାନଙ୍କ ସମୂହ ଛୁଟିରେ ଯିବାକୁ ସହଜରେ ଗ୍ରହଣ କରିପାରୁନି କଂଗ୍ରେସ । "ସରକାରକାହିଁକି ଚୁପ ବସିଛନ୍ତି ?" ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

"ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବି ନେଇ ସରକାର କାହିଁକି ଆଲୋଚନା କରୁନାହାନ୍ତି ?" ବୋଲି ପ୍ରଶ୍ନ ଉଠାଇଛି କଂଗ୍ରେସ । ଆଜି ଭୁବନେଶ୍ୱର ବ୍ଲକ ଏଜୁକେସନ୍‌ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ । ପ୍ରାଥମିକ ଶିକ୍ଷକମାନଙ୍କର ଆନ୍ଦୋଳନକୁ ସମର୍ଥନ ପ୍ରଦାନ କରି ଭୁବନେଶ୍ୱର ୟୁନିଟ-8 ଗୋଷ୍ଠୀ ଶିକ୍ଷକଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ।

ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ । ସେ କହିଛନ୍ତି, "ଶିକ୍ଷକମାନେ ଯେଉଁ ଦାବି କରୁଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ ଯଥାର୍ଥ । ସେମାନଙ୍କ ଦାବିକୁ ସରକାର ଗୁରୁତ୍ୱର ସହ ନିଅନ୍ତୁ । ରାଜ୍ୟରେ 5ଟି ସଚିବଙ୍କ ଗସ୍ତରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏହାସହ ବିଭିନ୍ନ ଖେଳ, କାର୍ଯ୍ୟକ୍ରମ, ମଠ, ମନ୍ଦିର ନାଁରେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି ସରକାର । ତେବେ ସମାଜର ମୁଖ୍ୟ ଅଙ୍ଗ ହେଉଛନ୍ତି ଶିକ୍ଷକ । ଶିକ୍ଷକମାନଙ୍କର ନ୍ୟାର୍ଯ୍ୟ ଦାବିକୁ କାହିଁକି ସରକାର ଉପେକ୍ଷା କରୁଛନ୍ତି ? ସରକାର ନିଜେ ଯାହା କହୁଛନ୍ତି, ତାହାକୁ ନିଜେ ଜାଣି ପାରୁନାହାନ୍ତି। କେବଳ ଘୋଷଣା କରି ସାଧାରଣ ଜନତାଙ୍କୁ ଭୁଆଁ ବୁଲାଇବାର ବ୍ୟସ୍ତ ରାଜ୍ୟ ସରକାର । ସେମିତି ହୋଇନଥିଲେ ଠିକା ନିଯୁକ୍ତିକୁ ସରକାର ଉଚ୍ଛେଦ କରିସାରିବା ପରେ ପୁନର୍ବାର କିପରି ଲାଗୁ କରୁଛନ୍ତି ।"

ଏହା ବି ପଢନ୍ତୁ...ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ନାଲି ଆଖି, ଏପଟେ ଜିଦରେ ଅଟଳ ଶିକ୍ଷକ

ତେବେ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଗଣ ଶିକ୍ଷକଙ୍କୁ ଲାଗୁ ହୋଇଥିବା ଏକ୍ସ କ୍ୟାଡର ବ୍ୟବସ୍ଥା ହଟାଇବା, ନୂଆ ପେନ୍‌ସନ୍‌ ପରିବର୍ତ୍ତେ ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା ଭଳି ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅକ୍ଟୋବର ୨୦୨୨ରେ ଠିକା ନିଯୁକ୍ତି ଉଚ୍ଛେଦ ହେବାର ଘୋଷଣା କରିଥିଲେ । ହେଲେ ପୁନଃ ୨୦ ହଜାର ଠିକା ଶିକ୍ଷକ ନିଯୁକ୍ତି ଦେବାର ବିଜ୍ଞାପନ ଜାରି କରିଛନ୍ତି ସରକାର । ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details