ଖୋର୍ଦ୍ଧା: ଆସନ୍ତାକାଲି ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ ଭୁବନେଶ୍ବର ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ଆଇଆଇଟିର 559ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ଡିଗ୍ରୀ । ସେଥିମଧ୍ୟରୁ 35 ପିଏଚଡ଼ି, 153 ଜଣଙ୍କୁ ଏମଟେକ, 79ଜଣଙ୍କୁ ଏମଏସସି, 256 ବିଟେକ ଏବଂ 36 ଜଣଙ୍କୁ ଡୁଆଲ ଡିଗ୍ରୀ ପ୍ରଦାନ କରାଯିବ ।
ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବକୁ ନେଇ ସାମ୍ବାଦିକ ସମ୍ମିଳନୀ - 10th convocation of IIT
ଆସନ୍ତାକାଲି ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହେବ ଭୁବନେଶ୍ବର ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବ । ଏହି ଉତ୍ସବରେ ଆଇଆଇଟିର 559ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ଡିଗ୍ରୀ । ଅଧିକ ପଢନ୍ତୁ...
ଆଇଆଇଟିର ଦଶମ ସମାବର୍ତ୍ତନ ଉତ୍ସବକୁ ନେଇ ସାମ୍ବାଦିକ ସମ୍ମିଳନୀ
ସେହିପରି କମ୍ପୁଟର ସାଇନ୍ସ ବିଭାଗରେ ଦିନେସ ମହାନ୍ତିଙ୍କୁ ପେସିଡେଣ୍ଟ ଅଫ ଇଣ୍ଡିଆ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏପଟେ ଛାତ୍ର ଶିବମ ହଣ୍ଡା, ଶାଶ୍ବତ କୁମାର ପଣ୍ଡା ଓ ହିତେଶ ଗୁପ୍ତାଙ୍କୁ ଡ଼ାଇରେକ୍ଟର ଗୋଲ୍ଡ ମେଡାଲ ପ୍ରଦାନ କରାଯିବା ନେଇ ଆଜି(ମଙ୍ଗଳବାର) ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆଇଆଇଟି ନିର୍ଦ୍ଦେଶକ ଆରଭି ରାଜକୁମାର । ତେବେ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗଦେବେ ଇନ୍ଫୋସିସ୍ ପ୍ରତିଷ୍ଠାତା ଏନଆର ନାରାୟଣ ମୂର୍ତ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ