ଓଡିଶା

odisha

ETV Bharat / state

ରାଷ୍ଟ୍ରପତିଙ୍କ ଖୋର୍ଦ୍ଧା ଗସ୍ତ, ଡିଜିପିଙ୍କ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ - ରାଷ୍ଟ୍ରପତିଙ୍କ ଖୋର୍ଦ୍ଧା ଗସ୍ତ

ପାଇକ ସ୍ମାରକୀର ଭୂମିପୂଜନ ପାଇଁ ଆସନ୍ତା 8 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି।

khurdha
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Dec 6, 2019, 2:45 PM IST


ଖୋର୍ଦ୍ଧା: ଜିଲ୍ଲାର ବରୁଣେଇ ପାଦଦେଶରେ ଥିବା ପାଇକ ସ୍ମାରକୀର ଭୂମି ପୂଜନ ପାଇଁ ଆସନ୍ତା 8 ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି।

ଆସନ୍ତା 8 ତାରିଖ ଦିନ 10ଟା 10ମିନିଟ ସମୟରେ ରାଷ୍ଟ୍ରପତି ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ହେଲିକପ୍ଟରରୁ ଅବତରଣ କରିବେ । ସେଠାରୁ ସଡକ ପଥ ଯୋଗେ ପ୍ରସ୍ତାବିତ ସଭାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବା ପାଇଁ ଓଡ଼ିଶା ପୋଲିସର ଅନ୍ତରୀଣ ଡିଜିପି ସତ୍ୟଜିତ ମହାନ୍ତି ଉଭୟ ହେଲିପ୍ୟାଡ଼ ଓ ସଭାସ୍ଥଳ ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥାରେ ଆଇଜି ପର୍ସନାଲ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ବରେ 4ଜଣ ଏସପି ସ୍ତରୀୟ ଅଧିକାରୀ, 12 ଜଣ ଡ଼ିଏସପି ଏବଂ 30ରୁ 35 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଡିଜିପି ଜଣାଇଛନ୍ତି।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details