ଓଡିଶା

odisha

By

Published : Nov 11, 2022, 5:44 PM IST

ETV Bharat / state

ଓଡିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଜୟଦେବ ଭବନରେ ଆୟୋଜିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିସହ ମହାମହିମ ରାଷ୍ଟ୍ରପତି AICTE ଇଞ୍ଜିନିୟରିଂ ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କଲେ । ଅଧିକ ପଢନ୍ତୁ

ଓଡିଆ ଭାଷାରେ ଇଂଜିନିୟରିଂ ପୁସ୍ତକକୁ ଉନ୍ମୋଚନ କଲେ ରାଷ୍ଟ୍ରପତି
ଓଡିଆ ଭାଷାରେ ଇଂଜିନିୟରିଂ ପୁସ୍ତକକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ଓଡିଆ ଭାଷାରେ AICTE ଇଞ୍ଜିନିୟରିଂ ପାଠ୍ୟକ୍ରମ ପୁସ୍ତକର ଉନ୍ମୋଚନ କଲେ ମହାମହିମ ରାଷ୍ଟ୍ରପତି । ଜୟଦେବ ଭବନରେ ଆୟୋଜିତ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ତେବେ AICTE ପୁସ୍ତକ ସହ e-KUMBH (ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ) (Knowledge Unleashed in Multiple Bharatiya Languages) ପୋର୍ଟାଲକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ଓଡ଼ିଆ ଭାଷାରେ CSTT ଦ୍ବାରା ବିକଶିତ ଓଡିଆ ଟେକ୍ନିକାଲ ଶବ୍ଦ କୋଷର ମଧ୍ୟ ଉନ୍ମୋଚନ କରିଛନ୍ତି ରାଷ୍ଟ୍ରପତି ।

ଓଡିଆ ଭାଷାରେ ଇଞ୍ଜିନିୟରିଂ ପୁସ୍ତକକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ତେବେ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି , ଭାରତୀୟ ଶିକ୍ଷାକୁ ଭାରତୀୟ କରିବାକୁ ହେଲେ ତାକୁ ମାତୃ ଭାଷୀୟ କରିବାକୁ ହେବ। ଏହି ପଦକ୍ଷେପ ସ୍ବରୂପ ଆଜି ଇଂଜିନିୟରିଂ ପାଠ୍ୟକ୍ରମର ପ୍ରଥମ ବର୍ଷ ପୁସ୍ତକର 20ଟି ବିଷୟ ଆଜି ଓଡିଆ ଭାଷାରେ ଶୁଭାରମ୍ଭ ହୋଇଛି । 2020 ମସିହାରେ ଏନେଇ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଥିଲା । ଏକ ସଙ୍ଗେ 20ଟି ଇଂଜିନିୟରିଂ ପୁସ୍ତକ ଓଡିଆ ଭାଷାରେ ଅନୁବାଦ ହୋଇଛି । ଏହାଛଡା 50 ହଜାର ଟେକ୍ନିକାଲ ଶବ୍ଦକୁ ନେଇ ଓଡିଆ ଭାଷା ଶବ୍ଦକୋଷ ଶୁଭାରମ୍ଭ ହୋଇଛି । ଏମିତିକି E-KUMBH ପୋର୍ଟାଲ ଲଞ୍ଚ ମଧ୍ୟ ଶୁଭାରମ୍ଭ କରାଯାଇଛି । ମୋଟ 12ଟି ଭାଷା ମଧ୍ୟରୁ ଆଜିଠାରୁ 10ଟି ଭାଷାର ବହି ଏହି ପୋର୍ଟାଲରେ ଉପଲବ୍ଧ ହୋଇଛି । ଆଗକୁ ଆଉ 2ଟି ଭାଷାର ପୁସ୍ତକ ମଧ୍ୟ ପୋର୍ଟାଲରେ ମିଳିବ । ଉଚ୍ଚ ହେବା ପାଇଁ କର ଯେବେ ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା। ଗଙ୍ଗାଧର ମେହେରଙ୍କ ଏହି ଉକ୍ତିକୁ ମନେ ପକାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି।

ଏନେଇ ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଟେକ୍ନିକାଲ ଶିକ୍ଷାରେ ଓଡିଆ ଭାଷାର ପୁସ୍ତକ ନିଶ୍ଚିତ ଭାବେ ପ୍ରଶଂସନୀୟ । ଏହାସହ 50 ହଜାର ଟେକ୍ନିକାଲ ଶବ୍ଦ ସମ୍ବଳିତ ଓଡିଆ ଶବ୍ଦକୋଷ ମଧ୍ୟ ଉନ୍ମୋଚିତ ହେବ। ଯାହାକି ଛାତ୍ରଛାତ୍ରୀଙ୍କ ପାଇଁ ବେଶ ସହାୟକ ହେବ । ଓଡ଼ିଆ ଭାଷାର ପ୍ରସାର ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ନିକଟରେ ସିଭିଲ ସର୍ଭିସ ପରୀକ୍ଷାକୁ ଓଡିଆ ଭାଷାରେ କରିବାକୁ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା ।

ଏପଟେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଆ ଭାଷାରେ ଅଭିଭାଷଣ ଦେଇଥିଲେ। ପାଖାପାଖି 5 ମିନିଟ ଧରି ଓଡିଶା ରେ ଅଭିଭାଷଣ ଦେଇଥିଲେ। ରାଜ୍ୟପାଳ କହିଛନ୍ତି ଯେ , ଏବେ ଅନେକ ଭାଷାର ମୃତ୍ୟୁ ହୋଇଛି । କିନ୍ତୁ ଭାଷା ଯେତେ ବ୍ୟବହାର ହେବ, ସେତିକି ଉନ୍ନତ ହେବ । ଆମ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି । ଏବେ ଓଡିଆ ଭାଷାରେ ଇଂଜିନିୟରିଂ ଶିକ୍ଷା ନିଶ୍ଚିତ ଭାବେ ଓଡିଆ ଛାତ୍ରଛାତ୍ରୀଙ୍କ ଜ୍ଞାନକୁ ଆହୁରି ବଢାଇବ ।

ସେହିପରି ଶେଷରେ ରାଷ୍ଟ୍ରପତି ଅଭିଭାଷଣରେ କହିଛନ୍ତି ଯେ, ଓଡିଆ ଭାଷାରେ ଇଂଜିନିୟରିଂ ପୁସ୍ତକକୁ ଉନ୍ମୋଚନ କରି ମୁଁ ଅତ୍ୟନ୍ତ ଆନନ୍ଦିତ । ଏହା କେନ୍ଦ୍ର ଶିକ୍ଷ ମନ୍ତ୍ରଣାଳୟର ଏକ ଉତ୍ତମ ପଦକ୍ଷେପ । ଏଥିଲାଗି ମୁଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ପୂରା ଟିମକୁ ଅଭିନନ୍ଦନ ଜଣାଉଛି । E-KUMBH ପୋର୍ଟାଲ ଜାତୀୟ ଶିକ୍ଷା ନୀତିରେ ମାତୃଭାଷାରେ ବୈଷୟିକ ଶିକ୍ଷା ଦାନ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିଲାଗି AICTEକୁ ଦାୟିତ୍ୱ ଦିଆଯାଇଥିଲା । ମାତୃଭାଷାରେ ପଢ଼ୁଥିବା ପିଲାଙ୍କ ବୌଦ୍ଧିକ ବିକାଶ ଭଲ ହୋଇଥାଏ । ତେଣୁ ଭାରତୀୟ ଭାଷା ରେ ଶିକ୍ଷାଦାନ ଦେଶର ବିକାଶ ସହ ସଂସ୍କୃତିର ବିକାଶ କରାଇବ। ଆଉ ଯେତେ ଭାଷା ପାରୁଛ ଶିଖ, ନିଜ ମାତୃଭାଷା ମହତ ରଖ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details