ଓଡିଶା

odisha

ETV Bharat / state

President Murmu To Visit Odisha: ପଢିଥିବା ସ୍କୁଲ ଓ ହଷ୍ଟେଲ ବୁଲିବେ ରାଷ୍ଟ୍ରପତି, ପୁରୁଣା ସ୍ମୃତିକୁ ମାନେ ପକାଇବେ - ଓଡିଶାରେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି । ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ଆବଶ୍ୟକତା ଅନୁଯାୟୀ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଆସୁଛନ୍ତି ରାଷ୍ଟ୍ରପତି, ପୁରୁଣା ସ୍ମୃତିକୁ ମାନେ ପକାଇବେ ରାଷ୍ଟ୍ରପତି
ଆସୁଛନ୍ତି ରାଷ୍ଟ୍ରପତି, ପୁରୁଣା ସ୍ମୃତିକୁ ମାନେ ପକାଇବେ ରାଷ୍ଟ୍ରପତି

By

Published : Nov 3, 2022, 9:27 PM IST

ଭୁବନେଶ୍ବର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ନେଇ ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି। ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ଆବଶ୍ୟକତା ଅନୁଯାୟୀ ତ୍ରୁଟିଶୂନ୍ୟ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା 10 ତାରିଖରେ ଦୁଇ ଦିନିଆ ଗସ୍ତରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ।

ଆସୁଛନ୍ତି ରାଷ୍ଟ୍ରପତି, ପୁରୁଣା ସ୍ମୃତିକୁ ମାନେ ପକାଇବେ ରାଷ୍ଟ୍ରପତି

ଦ୍ବିତୀୟ ଦିନରେ ଭୁବନେଶ୍ବରର ଥିବା ଦୁଇଟି ବିଦ୍ୟାଳୟରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି। ଏନେଇ ବିଦ୍ୟାଳୟରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁଇଟି ବିଦ୍ୟାଳୟ ହେଉଛି ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ଓ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମେତ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହି ଦୁଇ ବିଦ୍ୟାଳୟରେ ସକାଳ ୧୦ ଟା ରୁ ୧୧ ଟା ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ରହିଛି।

ସୂଚନା ଅନୁଯାୟୀ, ଖଣ୍ଡଗିରି ସ୍ଥିତ ତପୋବନ ସ୍କୁଲରେ ମାତ୍ର ୧୦ ମିନିଟ ପାଇଁ ପରିଦର୍ଶନ କରିବେ ରାଷ୍ଟ୍ରପତି। ଯେହେତୁ ଅନୁସୂଚିତ ଜନଜାତି ସ୍କୁଲ ତେବେ ସେନେଇ ଏହି ସ୍କୁଲକୁ ଆସିବାର କାର୍ଯ୍ୟକ୍ରମ ରହିଛି। ଶିକ୍ଷକ ଓ ଛାତ୍ରଛାତ୍ରୀ ମାନଙ୍କ ସହ ସମୟ ବିତେଇବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଅନ୍ୟପଟେ ଭୁବନେଶ୍ବର ୟୁନିଟ 2 ବାଳିକା ଉଚ୍ଚ ବିଦ୍ୟାଳୟରେ ନିଜେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛୋଟ ସମୟରେ ପାଠ ପଢିଥିଲେ ଏବଂ ଏହି ସ୍କୁଲରେ ଥିବା କୁନ୍ତଲା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସରେ ମଧ୍ୟ ରହୁଥିଲେ। ତେବେ ଏନେଇ ସ୍କୁଲ ଓ ଛାତ୍ରୀ ନିବାସର ପିଲାଙ୍କ ସହ କିଛି ମୁହୂର୍ତ୍ତ କାଟିବେ ରାଷ୍ଟ୍ରପତି । ପୁରୁଣା ସ୍ମୃତିକୁ ପୁଣିଥରେ ଜାଗ୍ରତ କରିବେ।

ତେବେ ଏନେଇ ୟୁନିଟ ୨ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି, "ସ୍କୁଲରେ ରାଷ୍ଟ୍ରପତି ରହିବାର ବହୁତ୍ କମ ସମୟ ରହିଛି । ବହୁତ ଖୁସି ଓ ଗର୍ବିତମନେ କରୁଛନ୍ତି ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀମାନେ । ସ୍କୁଲର ସଫା ସୂତରା ସମେତ ସ୍କୁଲ ଓ ହଷ୍ଟେଲକୁ ସାନିଟାଇଜ କରିବା ପାଇଁ ବିଏମସିକୁ ଚିଠି ଲେଖାଯାଇଛି । ସ୍କୁଲରେ ରହଣି ସମୟରେ ପିଲାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖିବେ ରାଷ୍ଟ୍ରପତି । ଏହାସହ ସ୍କୁଲ ସମୟର ସାଙ୍ଗ ସାଥୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।"

ଏହା ମଧ୍ୟ ପଢନ୍ତୁ-ଅର୍ଚ୍ଚନା ମାମଲାର ତଦନ୍ତ କରୁଛି ଇଡି, ଖୋଲିବ କି ବଡବଡ଼ିଆଙ୍କ ମୁଖା ?

ଏପଟେ ହଷ୍ଟେଲର କହିଛନ୍ତି, "ଦ୍ରୌପଦୀ ମୁର୍ମୁ ସ୍କୁଲ ଜୀବନ ସମୟରେ ସେ ହଷ୍ଟେଲରେ ଯେଉଁ ରୁମରେ ରହୁଥିଲେ ସେହି ରୁମକୁ ସଯାଜିବ । ଅନ୍ୟପଟେ ପିଲାମାନେ ମଧ୍ୟ ବହୁତ ଖୁସି ରହିଛନ୍ତି । ଯିଏ ଏହି ସ୍କୁଲରେ ପାଠପଢୁଥିଲେ ସେ ଆଜି ରାଷ୍ଟ୍ରପତି ପଦବୀରେ ରହିଛନ୍ତି ଏନେଇ ସ୍କୁଲରେ ପଢୁଥିବା ଛାତ୍ରୀମାନେ ନିଜକୁ ଗର୍ବିତ ମନେ କରୁଛନ୍ତି । ଏହା ସହ ରାଷ୍ଟ୍ରପତି ଯେତେବେଳେ ହଷ୍ଟେଲକୁ ଆସିବେ ସେହି ସମୟରେ କିଛି ଛାତ୍ରୀମାନେ ଏକ ପେଣ୍ଟିକିଂ ଉପାହର ଦେବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details