ଭୁବନେଶ୍ବର:ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସଂଧ୍ୟାରେ ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ସେ କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି(ସୋମବାର) ସେ ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ ଅଂଶଗ୍ରହଣ କରିବେ । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଉଛି । ଏଥିପାଇଁ ଉଭୟ ଭୁବନେଶ୍ବର ଓ ପାରାଦ୍ବୀପ ବେଳାଭୂମିର ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଆସନ୍ତାକାଲି ସକାଳେ ପ୍ରାୟ 8ଟା ବେଳେ ରାଷ୍ଟ୍ରପତି ରାଜଭବନରୁ କଡା ସୁରକ୍ଷା ବଳୟ ମଧ୍ୟରେ ପୁଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଅଭିମୁଖେ ବାହାରିବେ । ସେଠାରୁ ସେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାରାଦ୍ବୀପ ଅଭିମୁଖେ ଉଡାଣ ଭରିବେ । ପରେ ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ପୁଣି ରାଜଧାନୀ ଭୁବନେଶ୍ବର ଫେରିବେ । ଆସନ୍ତାକାଲି (ସୋମବାର) ସଂଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାରାଦ୍ବୀପରେ ଜଗତସିଂପୁର ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ-ଆସୁଛନ୍ତି ରାଷ୍ଟ୍ରପତି: ସ୍ଥାନାନ୍ତର ହେବ ପାରାଦ୍ୱୀପ ବସଷ୍ଟାଣ୍ଡ, ସୁରକ୍ଷା ବଳୟରେ ସମ୍ବଲପୁର