ଭୁବନେଶ୍ବର:ରାଜ୍ୟର ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସିବେ ନାକ୍ ଟିମ । ଆସନ୍ତା ୨୯ରୁ ୩୧ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିଶ୍ବବିଦ୍ୟାଳୟର ସ୍ଥିତି ପରଖିବ ଟିମ । ଏନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଉତ୍କଳ ବିଶ୍ବବିଦ୍ୟାଳୟକୁ ନୂଆ ରୂପରେ ସଜାଯାଉଛି। ନାକ୍ ଏ++ ମାନ୍ୟତା ପାଇଁ ବିଶ୍ବବିଦ୍ୟାଳୟ ଜାରି ରଖିଛି ପ୍ରୟାସ । ତେବେ କିଛି ବର୍ଷ ପରେ ପୁଣି ନାକ୍ ଟିମ୍ ଗସ୍ତକୁ ନେଇ ସମସ୍ତେ ଏ+ + ମିଳିବା ନେଇ ଆଶାବାଦୀ ରହିଛନ୍ତି ।
ଏପଟେ ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକଠାରୁ ଆରମ୍ଭ କରି କାନ୍ଥ ବାଡ଼ ବିଲ୍ଡିଂ ଓ ବିଭିନ୍ନ ପ୍ରୋଜେକ୍ଟ ଉପରେ ବେଶ ଧ୍ୟାନ ଦିଆଯାଉଛି । ପ୍ରଥମ କରି ଉତ୍କଳ ବିଶ୍ବବିଦ୍ୟାଳୟକୁ ୨୦୧୬ ମସିହାରେ ନାକ୍ ବିଶ୍ବବିଦ୍ୟାଳୟକୁ ଏ+ ଗ୍ରେଡ ମାନ୍ୟତା ଦେଇଥିଲା । ତେବେ ଦୀର୍ଘ ବର୍ଷ ପରେ ନାକ୍ ଗସ୍ତକୁ ନେଇ ସମସ୍ତେ ଏ+ + ମିଳିବା ନେଇ ଆଶାବାଦୀ ରହିଛନ୍ତି । ତେବେ ଏହି ଗ୍ରେଡ ବିଶ୍ବବିଦ୍ୟାଳୟର ପାଠପଢା ସହିତ ଗବେଷଣା ଭିତ୍ତିଭୂମି ଆଦି ପରଖିବେ ନାକ୍ ଟିମ । ଉତ୍କଳ ବିଶ୍ବବିଦ୍ୟାଳୟ ରାଜ୍ୟର ଏକ ପୁରାତନ ବିଶ୍ବବିଦ୍ୟାଳୟ । ଏହାରି ମଧ୍ୟରେ ଅନେକ ବିଲ୍ଡିଂ ହୋଇଛି, ଅନେକ ଭିତ୍ତିଭୂମି ବିକାଶ ହୋଇଛି । ହେଲେ ଏବେ ବି ଅନେକ ସ୍ଥାନ ଜରାଜୀର୍ଣ୍ଣ ଭାବରେ ପଡ଼ି ରହିଛି । ତେବେ ଏହାକୁ ପୁନରୁଦ୍ଧାର କରିବା ପାଇଁ ଚାଲିଛି ପ୍ରୟାସ । ଏପଟେ ପୁରାତନ ସେଣ୍ଟ୍ରାଲ କ୍ୟାଣ୍ଟିନକୁ ନବକଳେବର କରାଯାଉଛି । ଚାରିପାଖ ପାଚେରୀ କରାଯାଉଛି । କ୍ୟାମ୍ପସର ଅନେକ ସ୍ଥାନରେ ଗଛ ଲଗାଯାଇଛି । କ୍ୟାମ୍ପସରେ ଥିବା ଜଙ୍ଗଲଗୁଡ଼ିକକୁ ସଫା କରି ପରିଷ୍କାର ପରିଚ୍ଛନ୍ନ କରାଯାଉଛି । ଏହାସହ ସମସ୍ତ ବିଭାଗଗୁଡ଼ିକର ବିଲ୍ଡିଂକୁ ରଙ୍ଗ କରାଯିବା ସହ ନାମଫଳକ ମଧ୍ୟ ସଠିକ ଭାବରେ ଲଗାଯାଇଛି।
ଏହା ବି ପଢନ୍ତୁ- ଦେଶରେ ନିଶା କାରବାର ଅତ୍ୟନ୍ତ ଚିନ୍ତାଜନକ: SIT ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ