ଖୋର୍ଦ୍ଧା: ଦିନ କେଇଟା ପରେ ଧରା ଧାମରେ ଅବତରଣ କରିବେ ଅଗ୍ରପୂଜ୍ୟ ଗଣେଶ । ଆଉ ସେଥିପାଇଁ ଚଳଚଞ୍ଚଳ ଖୋର୍ଦ୍ଧା ଓ ଜଟଣୀ ସହର । ଚଳିତ ବର୍ଷ 300ରୁ ଉର୍ଦ୍ଧ୍ବ ମଣ୍ଡପରେ ପୂଜା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୂର୍ତ୍ତି କାରିଗରମାନେ ଗଜାନନଙ୍କ ପ୍ରତିମା ଗଢିବାରେ ଦିନ ରାତି ଏକ କରି ଦେଇଛନ୍ତି । କିଏ ମୂର୍ତ୍ତିରେ ରଙ୍ଗ ଦେଉଛନ୍ତି ତ ଆଉ କିଏ ମୂର୍ତ୍ତି ଗଢିବାରେ ବ୍ୟସ୍ତ । ଲୋକଙ୍କୁ ଆକର୍ଷିତ କରିବା ଭଳି ଏବଂ ପୂଜା କମିଟି ସଦସ୍ୟଙ୍କୁ ପସନ୍ଦ ହେବାଭଳି ପ୍ରତିମା ପ୍ରସ୍ତୁତ କରୁଛନ୍ତି କାରିଗର ।
ଅନ୍ୟପଟେ ପୂଜାକୁ ଆକର୍ଷଣୀୟ କରିବା ପାଇଁ ଲାଗିପଡିଛନ୍ତି ବିଭିନ୍ନ ପୂଜା କମିଟି । ଉଚ୍ଚ ତୋରଣ ସାଙ୍ଗକୁ ରଙ୍ଗ ବେରଙ୍ଗର ଲାଇଟ ଗେଟ କାମ ମଧ୍ୟ ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ବାହୁବଳୀ, ବାଲ ଗଣେଶ, ଶିବ ଅବତାର ଗଣେଶ ଭଳି ଅନେକ ଡିଜାଇନ ମୂର୍ତ୍ତି ଗ୍ରାହକଙ୍କ ମନ ମୋହୁଛି ।