ଓଡିଶା

odisha

ETV Bharat / state

ଅଟକାଇ ପାରିଲାନି ଦାରିଦ୍ର୍ୟତା, ଉଦାହରଣ ସାଜିଲେ ଶାନ୍ତିପଲ୍ଲୀର ଶୁଭ୍ରଶ୍ରୀ - ଭୁବନେଶ୍ବର

ଆତ୍ମବିଶ୍ବାସ ଓ ଅଦ୍ୟମ ଚେଷ୍ଟା ଆଉ ପ୍ରେରଣା ସଫଳତାର ପ୍ରଥମ ପାହାଚ । ଏମିତି କିଛି ପ୍ରେରଣା ପାଇ ଡାକ୍ତର ହେବାର ସ୍ବପ୍ନ ଦେଖୁଛନ୍ତି ଶୁଭ୍ରଶୀ । କିନ୍ତୁ ବାଧକ ସାଜୁଛି ଦାରିଦ୍ର୍ୟତା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jun 11, 2019, 3:36 PM IST

Updated : Jun 11, 2019, 3:50 PM IST

ଭୁବନେଶ୍ବର: ଅଦ୍ୟମ ପ୍ରଚେଷ୍ଟା ଆଉ ପ୍ରେରଣା ହିଁ ସଫଳତାର ଚାବିକାଠି । ସମସ୍ତ ବାଧାବିଘ୍ନକୁ ଏଡାଇ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ ଆଗକୁ ବଢି ଚାଲିଛନ୍ତି ଭୁବନେଶ୍ବର ସ୍ଥିତ ଶାନ୍ତିପଲ୍ଲୀ ବସ୍ତିର ଶୁଭଶ୍ରୀ । ଯୁକ୍ତ 2ରେ 92 ପ୍ରତିଶତି ରଖି ସେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟରେ ସାରା ଓଡ଼ିଶାରେ ନିଜର ଏକ ସ୍ବତନ୍ତ୍ର ଛବି ତିଆରି କରିପାରିଛନ୍ତି ଶୁଭଶ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବାପାଙ୍କୁ ନିଜର ପ୍ରେରଣା କରି ଭବିଷ୍ୟତରେ ଡାକ୍ତର ହେବାର ସ୍ବପ୍ନ ଦେଖିଛନ୍ତି ସେ । ସେଥିପାଇଁ ଆଜି ଠୁ ଚାଲିଛି ତାଙ୍କର ଅଦ୍ୟମ ପ୍ରଚେଷ୍ଟା । ଆଉ ଏହାକୁ କିଛି ମାତ୍ରାରେ ସେ ସଫଳ ମଧ୍ୟ କରିଦେଖାଇଛନ୍ତି । କାହିଁକି ନା ପ୍ରତିକୂଳ ପରିସ୍ଥିତି ଭାଙ୍ଗି ପାରୁନି ତାଙ୍କ ଦୃଢ ଇଚ୍ଛା ମନୋବଳକୁ । ଦଶମରେ 92 ପ୍ରତିଶତ ରଖିଥିବା ବେଳେ ଯୁକ୍ତ 2ରେ ସାରା ରାଜ୍ୟରେ 2ୟ ସ୍ଥାନ ଅଧିକାରୀ କରିଛନ୍ତି ସେ । କିନ୍ତୁ ଉଚ୍ଚ ଶିକ୍ଷା ପାଇଁ ଆଶା ରଖିଥିବା ଶୁଭଶ୍ରୀଙ୍କ ପାଇଁ ଆର୍ଥିକ ସମସ୍ୟା ଏକ ବୃହତ ସମସ୍ୟା ହୋଇ ଛିଡ଼ା ହୋଇଛି ।

ସେପଟେ, ଶୁଭ୍ରଶ୍ରୀଙ୍କ ବାପା ଦାରିଦ୍ର୍ୟ ସୀମା ରେଖା ତଳେ ଚାପି ହୋଇ ନିଜ ଚିକିତ୍ସା କରିପାରୁନଥିବା ବେଳେ ଦୀର୍ଘ 5 ବର୍ଷ ଧରି ଏମିତି ଘରେ ପଡିରହିଛନ୍ତି । ଆଉ ଏଭଳି ସମସ୍ୟା ଭିତରେ ଝିଅର ସଫଳତା ବାପାମାଆଙ୍କୁ ଗର୍ବିତ କରିବା ସହ ସେ ସାଧାରଣରେ ଉଦାହରଣ ପାଲଟିଛନ୍ତି । ତେବେ ଶୁଭଶ୍ରୀଙ୍କ ସ୍ବପ୍ନକୁ ଆଗେଇ ନେବା ପାଇଁ ସରକାରୀ ସହାୟତା ମିଳିବ କହିଛନ୍ତି ସ୍ଥାନୀୟ ବିଧାୟକ ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Jun 11, 2019, 3:50 PM IST

ABOUT THE AUTHOR

...view details