ଓଡିଶା

odisha

By

Published : Feb 15, 2022, 8:42 PM IST

ETV Bharat / state

ଜମାକାରୀଙ୍କ ଖାତାରୁ ଟଙ୍କା ଉଠାଇ ନେଲେ ପୋଷ୍ଟାଲ କର୍ମଚାରୀ, ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଜାଲ ଦସ୍ତଖତ କରି ଜମାକାରୀଙ୍କ ଜମାଖାତାରୁ ଟଙ୍କା ଉଠାଇ ନେଲେ ପୋଷ୍ଟାଲ କର୍ମଚାରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

postal employee withdraw money from a saving account by duplicate signature in begunia khordha
ଜମକାରୀଙ୍କ ଖାତାରୁ ଟଙ୍କା ଉଠାଇ ନେଲେ ପୋଷ୍ଟାଲ କର୍ମଚାରୀ, ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା:ଜାଲ ଦସ୍ତଖତ କରି ଜମାକାରୀଙ୍କ ଜମାଖାତାରୁ ଟଙ୍କା ଉଠାଇ ନେଲେ ପୋଷ୍ଟାଲ କର୍ମଚାରୀ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ବେଗୁନିଆ ଥାନା ଅନ୍ତର୍ଗତ ବଡ଼ବେରଣା ଶାଖା ଡାକଘରେ ଉକ୍ତ ଗ୍ରାମର ବନଜୋଷ୍ଣା ମାଝୀ ଓ ପୁଷ୍ପଲତ ପ୍ରଧାନ ଜମାଖାତା ଖୋଲିଥିଲେ । ତେବେ ଗତ ୧୪ ତାରିଖରେ ବଡ଼ବେରଣା ଶାଖା ଡାକଘର ଦାୟିତ୍ବରେ ଥିବା ପୋଷ୍ଟାଲ ଏବିପିଏମ କିଶନ ଟୁଡୁ ବନଜୋଷ୍ଣା ମାଝୀଙ୍କ ଜମା ଖାତାରୁ ୨୦ ହଜାର ଟଙ୍କା ଉଠାଇ ନେଇଥିଲେ । ଏହାପରେ ପୁନଃ ସେହି ଦିନ ୯ଟା ୫୫ ମିନିଟରେ ୧୦ ହଜାର ଟଙ୍କା ଉଠାଇ ନେଇଥିଲେ ।

ଜମକାରୀଙ୍କ ଖାତାରୁ ଟଙ୍କା ଉଠାଇ ନେଲେ ପୋଷ୍ଟାଲ କର୍ମଚାରୀ, ନିଆଯାଉନି କାର୍ଯ୍ୟାନୁଷ୍ଠାନ

ଏହାକୁ ନେଇ ବନଜୋଷ୍ଣା ମାଝୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ଏ ବାବଦରେ ଉଭୟ ପୋଷ୍ଟାଲ ଏବିପିଏମ କିଶନ ଟୁଡୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଥିଲେ । ଶେଷରେ ଏହାକୁ ନେଇ ଜମାକାରୀ ମଙ୍ଗଳବାର ବଡ଼ବେରଣା ସ୍ଥିତ ଡାକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଡାକ କର୍ମଚାରୀ କିଶନ ଟୁଡୁ ନିଜେ ଉକ୍ତ ଟଙ୍କା ଉଠାଇ ଥିବା ମାନିଥିଲେ ଏବଂ ସମସ୍ତ ଟଙ୍କା ଫରାଇଥିଲେ ।

ତେବେ ପୋଷ୍ଟାଲ କର୍ମଚାରୀ ଜଣକ କେଉଁ କାରଣରୁ ଜମାକାରୀଙ୍କ ଜାଲ ଦସ୍ତଖତ କରି ଟଙ୍କା ଉଠାଇଲେ ତାହା ଏବେ ବଡ଼ ପ୍ରଶ୍ନ ପାଲଟିଛି । ସେପଟେ ଘଟଣା ସମ୍ପର୍କରେ ବାଘମାରି ଡାକ କର୍ମଚାରୀଙ୍କୁ ପଚାରାଯିବାରୁ ଆମେ କିଛି କରିପାରିବୁନି ବୋଲି ବେବାକ ଉତ୍ତର ଦେଇଛନ୍ତି । କର୍ମଚାରୀ ଜଣକ ଟଙ୍କା ଫେରାଇ ଦେବା ପରେ ଘଟଣାର ସମାଧାନ ହୋଇଥିବା ନେଇ ଅତି ସାଧାରଣ ଉତ୍ତର ରଖିଛନ୍ତି । ପୋଷ୍ଟାଲ କର୍ମଚାରୀ ଏଭଳି କରିବାର ସାହସ କିପରି ପାଇଲେ ଏବଂ ଏଥିରେ ବିଭାଗର ଅନ୍ୟକେହି କର୍ମଚାରୀ ସମ୍ପୃକ୍ତ ଅଛନ୍ତି ନା ନାହିଁ ତାହା ବଡ଼ ପ୍ରଶ୍ନ ପାଲଟିଛି । ଏଭଳି କାର୍ଯ୍ୟ ପାଇଁ ଉକ୍ତ କର୍ମଚାରୀଙ୍କ ଉପରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details