ଓଡିଶା

odisha

ETV Bharat / state

Subhalakshmi Death Mystery: ସିସିଟିଭିରେ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ରହସ୍ୟ, ସନ୍ଦେହ ଘେରରେ ହୋଟେଲ ଓ କର୍ମଚାରୀ

ରହସ୍ୟ ଘେରରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ । କେବେ ହୋଇଥିବା ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ତାହାକୁ ନେଇ ପ୍ରଶ୍ନବାଚୀ । ପୋଲିସ ରାଡାରରେ ହୋଟେଲ ଓ କର୍ମଚାରୀ। ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା। ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 8, 2023, 11:31 AM IST

Updated : Aug 8, 2023, 1:09 PM IST

shubha laxmi death case

ଭୁବନେଶ୍ବର: ରାଜଧାନୀରେ ହୋଟେଲ ଦୀପାଳି ଇଣ୍ଟରନ୍ୟାସନାଲରେ ଶୁଭଲକ୍ଷ୍ମୀ ସାହୁଙ୍କ ମୃତ୍ୟୁ ଘଟଣା । ଦିନ ଯେତିକି ଗଡୁଛି ରହସ୍ୟ ସେତିକି ବଢ଼ୁଛି। ଏବେ ଏହି ମୃତ୍ୟୁ ଘଟଣାରେ ସନ୍ଦେହ ଘେରକୁ ଆସିଛି ହୋଟେଲ। କାରଣ ପୋଷ୍ଟମର୍ଟମ ବେଳେ ପୋଲିସ ଜାଣିବାକୁ ପାଇଛି ମୃତଦେହ ଜବତ ହେବା ପୂର୍ବରୁ ନଷ୍ଟ ହେବା ଆରମ୍ଭ ହୋଇଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିଛି । ଅର୍ଥାତ୍ ମୃତ୍ୟୁର 48 ଘଣ୍ଟା ପରେ ମୃତଦେହ ନଷ୍ଟ ହେବା ଆରମ୍ଭ ହୁଏ । ମୃତଦେହ ଠାବର 36 ଘଣ୍ଟା ପରେ ହୋଟେଲ କର୍ତ୍ତୃପକ୍ଷ କହିଛନ୍ତି ତାର ପୂର୍ବ ଦିନ ଭୋର 3ଟା 20 ସମୟରେ ଶୁଭଲକ୍ଷ୍ମୀ ହୋଟେଲକୁ ଏଣ୍ଟ୍ରି କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଶୁଭଲକ୍ଷ୍ମୀଙ୍କର ମୃତ୍ୟୁ କେବେ ହୋଇଛି ଓ ସେ କେବେ ହୋଟେଲକୁ ଆସିଥିଲେ। ସିସିଟିଭି ଫୁଟେଜରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ପୋଲିସ ଅନୁମାନ କରୁଛି । ତେବେ ବର୍ତ୍ତମାନ ସୁଦ୍ଧା ପୋଷ୍ଟମୋର୍ଟମ ରିପୋର୍ଟ ହସ୍ତଗତ ହୋଇନି ।

ହୋଟେଲ କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ଶୁକ୍ରବାର ଭୋର 3ଟା 20 ମିନିଟରେ ଗେଷ୍ଟ ହାଉସ୍‌ରେ କଷ୍ଟମର ହିସାବରେ ଶୁଭଲକ୍ଷ୍ମୀ ପ୍ରବେଶ କରିଥିଲେ । ଶନିବାର ଦିନ ବାର ଷ୍ଟାଫ୍ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ । କିନ୍ତୁ ପୋଷ୍ଟମର୍ଟମ ରିପୋର୍ଟ ଆସିନଥିଲେ ବିଶେଷ ସୁତ୍ରରୁ ଯାହା ଜଣାପଡିଛି, ସେ ଅନୁଯାୟୀ ହୋଟେଲ କର୍ତ୍ତୃପକ୍ଷଙ୍କ ତଥ୍ୟ ମିଛ ହୋଇଥାଇପାରେ ବୋଲି ସନ୍ଦେହ ଉପୁଜିଛି ।

ତେବେ କେବେ ହୋଟେଲରେ ଏଣ୍ଟ୍ରି କରିଥିଲେ ଶୁଭଲକ୍ଷ୍ମୀ ? କଣ ଘଟିଥିଲା ତାଙ୍କ ସହ ? ସେ ହୋଟେଲକୁ କାହିଁକି ଆସିଥିଲେ ଓ ତାଙ୍କ ସାଥିରେ କିଏ ଥିଲେ କି ନାହିଁ ? ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ ହୋଟେଲ ଓ ହୋଟେଲ କର୍ମଚାରୀଙ୍କ ହାତ ନାହିଁ ତ ? ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ସତ ସାମ୍ନାକୁ ଆସିବ । ଶୁଭଲକ୍ଷ୍ମୀଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଜୀବନ ହାରିଛନ୍ତି ତାହା ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ହୋଟେଲରୁ ଯୁବତୀଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ଯଦି ହୋଟେଲରେ ସିସିଟିଭି ନଥିବ ତାହାଲେ ହୋଟେଲ କର୍ତ୍ତୃପକ୍ଷ ପୋଲିସ ରାଡାରକୁ ଆସିପାରନ୍ତି । ସେହିପରି ଶୁଭଲକ୍ଷ୍ମୀଙ୍କ ଏଣ୍ଚ୍ରି ସମୟ ଓ ପରିଚୟପତ୍ର କମିଶନରେଟ ପୋଲିସ ଦ୍ବାରା ଆରମ୍ଭ ହୋଇଥିବା ସରାଇ ଆପ୍‌ରେ ଅପଲୋଡ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି । ଯଦି ସରାପ୍‌ ଆପ୍‌ରେ ଡାଟା ନଥିବ ତେବେ ହୋଟେଲର କିଛି ଘଟଣା ଲୁଚାଇଥାଇପାରନ୍ତି ବୋଲି ପୋଲିସର ସନ୍ଦେହ ବଢ଼ିବ। ହୋଟେଲର ଏକାଧିକ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରିପାରେ କମିଶନରେଟ ପୋଲିସ । ତେବେ ଘଟଣା ପଛର ସତ୍ୟ ଲୁଚାଯାଉଛି କି ? ସବୁ ସତ ହୋଟେଲର ସିସିଟିଭି ହିଁ ସାମ୍ନାକୁ ଆଣିପାରିବ ବୋଲି ପୋଲିସ ଅନୁମାନ କରୁଛି। ଅନ୍ୟପଟେ ଲକ୍ଷ୍ମୀସାଗର ଥାନାରେ ଶୁଭଲକ୍ଷ୍ମୀର ପୁରୁଷ ବନ୍ଧୁଙ୍କୁ ପଚରାଉଚରା ପରେ ଏବେ ପୋଲିସର ଏହି ଘଟଣାର କିଛି ସୁରାକ ପାଇଛି । ଆଗକୁ ଏହି ଘଟଣାରେ ତଦନ୍ତର ସାମ୍ନା କିଏ କରୁଛି ତା ଉପରେ ସମସ୍ତଙ୍କ ନଜର ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଶୁଭଲକ୍ଷ୍ମୀ ସାହୁଙ୍କ ଝୁଲନ୍ତା ମୃତଦେହ ହୋଟେଲ ରୁମ୍‌ରୁ ମିଳିଥିଲା । ପୋଲିସ ମୃତଦେହ ଠାବ କରିଥିଲା । ପରେ ସେ ରମାଦେବୀର ଛାତ୍ରୀ ଥିବା ଜଣାପଡିଥିଲା । ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଥିବା ସନ୍ଦେହ କରିଥିଲେ । ପାଠ ପଢିବା ପାଇଁ ମେସ୍‌ରେ ରହୁଥିବା ଛାତ୍ରୀ କିପରି ହୋଟେଲକୁ ଆସିଲେ ସେନେଇ ସନ୍ଦେହ ବଢ଼ିଥିଲା । ଏହି ଘଟଣାରେ ତଦନ୍ତ ଚାଲିଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 8, 2023, 1:09 PM IST

ABOUT THE AUTHOR

...view details