ଖୋର୍ଦ୍ଧା: ଜିଲ୍ଲାର ପାନ୍ଥନିବାସ ବରକୁଳ ଠାରେ ପଲିଥିନ ମୁକ୍ତ ଚିଲିକା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଭାରତୀୟ ନୌସେନାର ମିଳିତ ଉଦ୍ୟମରେ ଶନିବାର ଚିଲିକାକୁ ପଲିଥିନ ମୁକ୍ତ କରିବା ଅଭିଯାନ ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର କର୍ମଚାରୀ, ନୌସେନାର ଯବାନ, ତହସିଲଦାର ପୋଲିସ ଅଧିକାରୀ, ସ୍ବେଚ୍ଛାସେବୀ, ସ୍ଥାନୀୟ ବାସିନ୍ଦାଙ୍କ ଆସୁଥିବା ପର୍ଯ୍ୟଟକଙ୍କୁ ସଚେତନତା କରିବା ସହିତ କର୍ମଚାରୀଙ୍କ ସହଯୋଗରେ ଚିଲିକା ସଫେଇ କାର୍ଯ୍ୟ ସମ୍ପାଦନ କରାଯାଇଛି ।