ଭୁବନେଶ୍ୱର:ରାଜନୀତିର ଲଢେଇରେ କୋଟି କୋଟି ଓଡ଼ିଆଙ୍କ ମଉଡ଼ମଣି ପ୍ରଭୁ ଜଗନ୍ନାଥ (Politics over Lord Jagannath) । ବିଶ୍ବର କୋଣ ଅନୁକୋଣରୁ କାଳିଆର ଦର୍ଶନ ପାଇଁ ଶ୍ରଦ୍ଧାଳୁ ବ୍ୟାକୁଳ ହୋଇପଡୁଥିବା ବେଳେ ଏପଟେ କିନ୍ତୁ ଭଗବାନଙ୍କୁ ନେଇ ହେଉଛି ରାଜନୀତି । ଆମ ଦେଶର ତଥା ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଏବେ ରାଜନୀତିର ପଶାପାଲିରେ ଜଗନ୍ନାଥଙ୍କୁ ଖେଳନା କରିସାରିଥିବା ଅଭିଯୋଗ ହେଉଛି । ଜଗନ୍ନାଥଙ୍କୁ ନେଇ ରାଜନୈତିକ ଗୋଟି ଚାଳନା କରିବାକୁ ଭୁଲୁ ନାହାନ୍ତି । କନ୍ଧମାଳରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶ୍ରୀମନ୍ଦିର ରତ୍ନଭଣ୍ଡାର ଓ ବିଜେଡିର ଦଳୀୟ କାର୍ଯ୍ୟକ୍ରମରେ ସାଂସଦ ରମେଶ ମାଝୀଙ୍କ ମନ୍ତବ୍ୟ ଏହାର ଜ୍ବଳନ୍ତ ଉଦାହରଣ । ଯାହାକୁ ପ୍ରବଳ ବିରୋଧ କରାଯାଇଛି ।
ଜେପି ନଡ୍ଡା ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇବାକୁ (JP Nadda statement on lord Jagannath) କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ରାଜନେତା ଦାମୋଦର ରାଉତ । ଦାମ କହିଛନ୍ତି, "ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କରୁଛନ୍ତି ଜେପି ନଡ୍ଡା । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ମେଣ୍ଟ ସରକାର ସମୟରେ ଆଇନ ବିଭାଗ ତାଙ୍କ ହାତରେ ଥିଲା । ସେତେବେଳେ ରତ୍ନଭଣ୍ଡାର ଚାବି ତଥା ଖୋଲିବା ପ୍ରସଙ୍ଗ କାହିଁକି ଉଠାଇନଥିଲା ବିଜେପି । ଏହା କେବଳ ହୀନ ରାଜନୀତି ।"
ସେପଟେ ବିଜେଡି ନେତା ରମେଶ ମାଝୀ ମଧ୍ୟ ଜଗନ୍ନାଥଙ୍କ ନାଁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଥିଲେ, "ଓଡିଶା କହିଲେ ୨ ଲୋକଙ୍କୁ ବୁଝାଏ । ଜଣେ ହେଉଛନ୍ତି ପ୍ରଭୁ ଜଗନ୍ନାଥ ଓ ଆଉ ଜଣେ ଭୂମିପୁତ୍ର ବିଜୁ ପଟ୍ଟନାୟକ ।" ତେବେ ୨୨ ବର୍ଷ ସରକାରରେ ଥିବା ଏକ ରାଜନୈତିକ ଦଳର ଜଣେ ନେତା ଜଗନ୍ନାଥଙ୍କୁ ନେଇ ଏତେ ଶସ୍ତା ବୟାନ ଦେବାକୁ ସାହସ କେମିତି କରୁଛନ୍ତି ଦାମ ରାଉତ ନେଇ ପ୍ରଶ୍ନ ଉଠିଛି ।
ଏହା ବି ପଢନ୍ତୁ-JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା