ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଦିଲ୍ଲୀରୁ ଆସିଛି ଡାକରା । ଏନେଇ କେନ୍ଦ୍ର ସରକାର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ। ସେପଟେ ଏନେଇ ବିଜେଡିକୁ କାଉଣ୍ଚର ଆଟାକା କରିଛି ବିଜେପି । ଏହା କେନ୍ଦ୍ର ସରକରାଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଛି ବିଜେପି ।
ସାଧାରଣତନ୍ତ୍ର ଦିବସ ପାଇଁ ଆବାସ ହିତାଧିକାରୀମାନଙ୍କ ନିମନ୍ତ୍ରଣକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ସାଧାରଣତନ୍ତ୍ର ଦିବସରେ ସ୍ବତନ୍ତ୍ର ଅତିଥି ହେବେ ପିଏମ ଆବାସ ହିତାଧିକାରୀ । ଏନେଇ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ରର ଚିଠି ପରେ ତେଜିଛି ରାଜନୀତି । ବିଜେଡି କହିଛି, ଆବାସ ହିତାଧିକାରୀଙ୍କୁ ଦିଲ୍ଳୀ ବୁଲାଇ ନେବା ଉଦ୍ୟମ ହାସ୍ୟାସ୍ପଦ । ଏହାର ଜବାବ ରଖି ରାଜ୍ୟ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ଦିଲ୍ଲୀ ଡାକିବା, ବାସ୍ତବିକ କ୍ଷେତ୍ରରେ ରାଜ୍ୟମାନଙ୍କରେ କଣ ଘଟୁଛି ଏବଂ ପ୍ରଧାନମନ୍ତ୍ରୀଙ୍କ ଯୋଜନା ଗୁଡିକ ଲୋକମାନଙ୍କ ପାଖରେ ପହଞ୍ଚୁଛି କି ନାହିଁ ସେ ବିଷୟରେ ହିତାଧିକାରୀଙ୍କ ସହିତ ସିଧାସଳଖ ଆଲୋଚନା କରିବା ଏହା କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ । ହେଲେ ରାଜ୍ୟ ସରକାର ଡରୁଛନ୍ତି କାହିଁକି । କାରଣ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ କରିଛନ୍ତି । ପ୍ରଧାନମନ୍ତ୍ରୀ ଆବାସକୁ ବିଜୁ ପକ୍କା ଘର କହିଛନ୍ତି, ଲାଞ୍ଚ ନେଇ ଘର ଦେଇଛନ୍ତି ସେ ସେଥିପାଇଁ ଡ଼ରୁଛନ୍ତି । ରାଜ୍ୟ ସରକାର ଚାହୁଁ ନାହାନ୍ତି ଗରୀବ ହିତାଧିକାରୀ ସିଧାସଳଖ କେନ୍ଦ୍ର ମନ୍ତ୍ରୀଙ୍କ ସହ ବସନ୍ତୁ, ଭୋଜନ କରନ୍ତୁ କେନ୍ଦ୍ର ସରକାର ତାଙ୍କର ଦୁଃଖ ବୁଝନ୍ତୁ ଏହା ରାଜ୍ୟ ସରକାର ଚାହୁଁ ନାହାନ୍ତି । ଗୋଟେ ପଟେ ରାଜ୍ୟ ସରକାରଙ୍କୁ ତାଙ୍କର ମନ୍ତ୍ରୀମାନେ ଭେଟି ପାରୁ ନାହାନ୍ତି ସେପଟେ ସାଧାରଣ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ରାଜ୍ୟ ସରକାରଙ୍କୁ ଭୟ ଘାରିଛି ।"