ଓଡିଶା

odisha

Women Bill: ଜୋର ଧରିଲା ଶ୍ରେୟ ରାଜନୀତି, କଂଗ୍ରେସ କହିଲା ସାକାର ହୋଇଛି ରାଜୀବ ଗାନ୍ଧୀଙ୍କ ସ୍ବପ୍ନ

By ETV Bharat Odisha Team

Published : Sep 21, 2023, 8:35 PM IST

ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ପ୍ରସଙ୍ଗରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ST, SC ଏବଂ OBCଙ୍କ ପାଇଁ ମଧ୍ୟ ଜାତି ଭିତ୍ତିକ ଗଣନା କରାଯିବାକୁ ଦାବି କରିଛି କଂଗ୍ରେସ । ଅଧିକ ପଢନ୍ତୁ

women reservation bill
କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ଭୁବନେଶ୍ବର:ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରସ । ଲୋକସଭାରେ ବିଲ୍ ପାରିତ ପରେ କଂଗ୍ରେସ ଭବନରେ ରାଜ୍ୟ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ପ୍ରେସମିଟରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ମହିଳା ସଂରକ୍ଷଣ ବିଲ୍ ସ୍ୱାଗତ ଯୋଗ୍ୟ ନିଷ୍ପତ୍ତି । ହେଲେ ଦୁର୍ଭାଗ୍ୟର ବିଷୟ, ଦୀର୍ଘ ବର୍ଷ ପରେ ଏହା କାର୍ଯ୍ୟକାରୀ ହେବ । ଏହା ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ସ୍ବପ୍ନ ଥିଲା । ଆରମ୍ଭରୁ କାମ ଚାଲିଥିଲା ପଞ୍ଚାୟତିରାଜରେ 33% କଂଗ୍ରେସ ଲାଗୁ କରିଥିଲା । 2010ରେ ମନମୋହନ ସିଂ ସରକାରରେ ବିଲ୍ ଆସିଥିଲା । 2014 ରେ ବିଜେପି ସରକାର ସମୟରେ ସୋନିଆ ଗାନ୍ଧୀ ଦାବି କରିଥିଲେ । ବିଳମ୍ବ ହେଉ ପଛେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଛି । ଆଉ ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହୋଇଛି ।"

ପିସିସି ସଭାପତି ଶରତ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି, "2029ରେ ଏହା ଲାଗୁ ହେବ। ଯାହାକି ଦୁର୍ଭାଗ୍ୟର ବିଷୟ । 2024 ସୁଦ୍ଧା OBC କୋଟା ଲାଗୁ କରିବା ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ଦାବି ରହିଛି । ଏହି ମହିଳା ସଂରକ୍ଷଣ 2024ରେ ଲାଗୁ କରାଯିବା ସହିତ ST, SC ଏବଂ OBCଙ୍କ ପାଇଁ ମଧ୍ୟ ଜାତି ଭିତ୍ତିକ ଗଣନା କରାଯାଉ । ଆଉ ସେଥିରେ ମଧ୍ୟ ସଂରକ୍ଷଣ କରାଯାଉ"। କଂଗ୍ରେସ ଭବନରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ, ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍ ଗୋ ଓ ମିଡ଼ିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସମେତ ଅନ୍ୟ କଂଗ୍ରେସ କର୍ମୀ ଓ ନେତା ଉପସ୍ଥିତ ଥିଲେ ।

ଏହା ବି ପଢନ୍ତୁ...Women Bill: ‘ମହିଳା ସଂରକ୍ଷଣ ବିଲ୍‌ କଂଗ୍ରେସର ମୌଳିକ ବିଚାର, ବିଜେପି ଶ୍ରେୟ ନେବାକୁ ପ୍ରୟାସ କରୁଛି ’

ତେବେ ଗତକାଲି ଲୋକସଭାରେ ପାରିତ ହୋଇଥିବା ମହିଳା ବିଲ୍ ଆଜି ରାଜ୍ୟସଭାରେ ପାରିତ ହୋଇଛି। ଏହି ବହୁ ଚର୍ଚ୍ଚିତ ବିଲକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବିତର୍କ କମ୍ ବରଂ ଶ୍ରେୟ ନେବା ପାଇଁ ପ୍ରତିଦ୍ବନ୍ଦିତା ହେଉଥିବା ଦେଖିବାକୁ ମିଳିଛି। ଆଜି ରାଜ୍ୟସଭାରେ ଏହି ବିଲ ସମ୍ପର୍କରେ ଜୋରଦାର ଚର୍ଚ୍ଚା ହୋଇଥିବା ଦେଖିବାକୁ ମିଳିଥିଲା। ଏହାରି ଭିତରେ ରାଜ୍ୟ କଂଗ୍ରେସ ପକ୍ଷରୁ ମଧ୍ୟ ବିଲ୍ ପ୍ରସଙ୍ଗକୁ ନେଇ ପ୍ରେସମିଟ୍ ହୋଇଛି । ଏହି ବିଲକୁ ସମର୍ଥନ କରିବା ସହ ଏହା କଂଗ୍ରେସ ପକ୍ଷରୁ ପ୍ରଥମେ ଦାବି କରାଯାଇଥିଲା ବୋଲି କହିଛି କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details