ଓଡିଶା

odisha

By

Published : Oct 18, 2020, 1:28 PM IST

ETV Bharat / state

ଦାଦା ବଟିକୁ ନା: ପୋଲିସ ପକ୍ଷରୁ ମୋବାଇଲ ନମ୍ବର ଜାରି

ଆଗକୁ ପୂଜା ଆସୁଥିବାରୁ ଦାଦାବଟି ମାଗୁଥିବା ଲୋକଙ୍କୁ ସାବାଡ଼ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ଏହାସହ ପୋଲିସ ପକ୍ଷରୁ ମୋବାଇଲ ନମ୍ବର ଜାରି କରାଯାଇଛି ।

ଦାଦା ବଟିକୁ ନା: ପୋଲିସ ପକ୍ଷରୁ ମୋବାଇଲ ନଂ ଜାରି
ଦାଦା ବଟିକୁ ନା: ପୋଲିସ ପକ୍ଷରୁ ମୋବାଇଲ ନଂ ଜାରି

ଖୋର୍ଦ୍ଧା: ପୋଲିସର ନୂଆ କାର୍ଯ୍ୟକ୍ରମ ଦାଦା ବଟିକୁ ନା । ଆଗକୁ ପୂଜା ଆସୁଥିବାରୁ ଦାଦାବଟି ମାଗୁଥିବା ଲୋକଙ୍କୁ ସାବାଡ଼ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ ଗଠନ କରାଯାଇଛି । ଏହି ଟିମରେ ଜଣେ ଡ଼ିଏସପି, ଜଣେ ଇନ୍ସପେକ୍ଟର, ଜଣେ ଏସଆଇ ଏବଂ ଚାରିଜଣ କନେଷ୍ଟବଳ ନିୟୋଜିତ ହୋଇଛନ୍ତି ।

ସେହିପରି ପୋଲିସ ଜିଲ୍ଲା ଅଧୀନରେ ଯଦି କୌଣସି ବ୍ୟକ୍ତି ଦାଦାବଟି ମାଗି ଧମକ ଦିଏ, ତେବେ 9437208801 ଏବଂ 7008401054 ନଂରେ ଅଭିଯୋଗ କରିବା ପାଇଁ ଖୋର୍ଦ୍ଧା ଏସପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details