ଓଡିଶା

odisha

ETV Bharat / state

10 ଟଙ୍କାର OPD ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ - ଓପିଡି ଟିକେଟରେ କେଳେଙ୍କାରୀ

ଭୁବନେଶ୍ବର ଏମ୍ସ ହସ୍ପିଟାଲରେ ଦଲାଲଗିରି । ସାଦା ପୋଷାକ ବେଶରେ ଯାଇ ୧୩ ଜଣ ଦଲାଲଙ୍କୁ ଧରିଲା ଖଣ୍ଡଗିରି ପୋଲିସ । ଅଧିକ ପଢନ୍ତୁ

10ଟଙ୍କାର ଓପିଡି ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ
10ଟଙ୍କାର ଓପିଡି ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ

By

Published : Nov 4, 2022, 4:46 PM IST

Updated : Nov 4, 2022, 5:33 PM IST

ଭୁବନେଶ୍ବର: ଦଲାଲଙ୍କ କବଜାରେ ଏମ୍ସ (AIIMS Bhubaneswar) । ରୋଗୀଙ୍କୁ ଲୁଟିବାକୁ ଚାଲିଛି ରେସ୍‌ । ୧୦ ଟଙ୍କାରେ ଓପିଡି ଟିକେଟ ହେଉଛି ବ୍ଲାକ । ୧୦ ଟଙ୍କାର ଟିକେଟକୁ ୧୦୦୦ଟଙ୍କାରେ କିଣୁଛନ୍ତି ରୋଗୀ । ଓପିଡି ଟିକେଟ ବୁକିଂ ପାଇଁ ଦଲାଲଙ୍କ ଲମ୍ବା ଲାଇନ ଲାଗୁଛି । ତେବେ ଏନେଇ ବାରମ୍ବାର ଅଭିଯୋଗ ପରେ ଆକ୍ସନ ମୋଡ଼ରେ ପୋଲିସ । ଏମ୍ସରୁ ୧୩ ଜଣ ଦଲାଲଙ୍କୁ ଏପରି ଅପରାଧିକ କାର୍ଯ୍ୟ କରିବା ବେଳେ ଧରିଛି ପୋଲିସ ।

ଗୋଡାଇ ଗୋଡ଼ାଇ ଦଲାଲଙ୍କୁ ଧରିଲେ ପୋଲିସ

ଦଲାଲମୁକ୍ତ ପାଇ ଏମ୍ସରେ ସ୍ପେଶାଲ ଅପରେସନ କରିଛି ଖଣ୍ଡଗିରି ପୋଲିସ । ଏନେଇ ସାଦା ପୋଷାକ ବେଶରେ ବୁଲି ଦଲାଲଙ୍କୁ ଚିହ୍ନଟ କରିଛି ପୋଲିସ । ପରେ ଆଧାରକାର୍ଡ ଓ ୧୦୦୦ ଟଙ୍କା ଲେଖାଏଁ ନେଇ ବୁକିଂ ପାଇ କହୁଥିବା ଦଲାଲଙ୍କୁ ମାଡି ବସିଛି ପୋଲିସ । ଏମ୍ସ ହସ୍ପିଟାଲରୁ ରାତି ଅଧିଆ ୧୩ ଜଣଙ୍କୁ ଉଠାଯାଇଛି । ଯେଉଁଥିରେ ଅଧିକାଂଶ ସ୍ଥାନୀୟ ଥିବା ବେଳେ ଆଉ କିଛି ପଶ୍ଚିମବଙ୍ଗର ରହିଥିବା ଜଣାପଡି଼ଛି । ତେବେ ଏମାନେ ସୁବ୍ୟବସ୍ଥିତ ଢଙ୍ଗରେ ଏଠାରେ ଏପରି ନେଟୱର୍କ ଚଳାଇଥିଲେ ।

10ଟଙ୍କାର ଓପିଡି ଟିକେଟ ହଜାରରେ ବିକ୍ରି, AIIMSରୁ ୧୩ ଦଲାଲଙ୍କୁ ଧରିଲା ପୋଲିସ

ଏହା ବି ପଢନ୍ତୁ- ବିଶ୍ବ ଟ୍ରାଭେଲ ବଜାରରେ ସାମିଲ ହେବ ଓଡିଶା, ପର୍ଯ୍ୟଟନ ମନ୍ତ୍ରୀଙ୍କ ସହ ପ୍ରତିନିଧି ଦଳର ଲଣ୍ଡନ ଗସ୍ତ

ରାଜ୍ୟରେ ରୋଗୀଙ୍କ ଅପେକ୍ଷା ଏହି ଦଲାଲ ଗୋଷ୍ଠୀ ବିଶେଷ କରି ରାଜ୍ୟ ବାହାରୁ ଆସୁଥିବା ରୋଗୀଙ୍କୁ ଗୁରୁତ୍ବ ଦେଉଥିଲେ। ଯେଉଁମାନେ ଚାହୁଁଥିଲେ ସେମାନଙ୍କ ଲାଗି ବୁକିଂ ପାଇଁ ସ୍ବତନ୍ତ୍ର ନେଟୱର୍କ ଚଳାଇଥିଲେ। ଏଥିପାଇଁ କୋଲକାତାରୁ ଭୁବନେଶ୍ବର ଯାଏଁ ଲମ୍ବିଥିଲା ଚେର । କୋଲକାତାରେ ଥାଇ ରୋଗୀଙ୍କ ପାଇ ଏମ୍ସରେ ହେଉଥିଲା ଓପିଡି ବୁକିଂ । ଏଥିପାଇଁ ଦଲାଲ ଲଗାଉଥିଲେ ସେମାନଙ୍କ ପାଇଁ ଲାଇନ । ୧୦ଟଙ୍କାର ଓପିଡି ବୁକ୍‌ କରି ୧୦୦୦ଟଙ୍କାରେ ବିକ୍ରି କରୁଥିଲେ।

ଯାହା ଫଳରେ ଯେଉଁ ରୋଗୀ ଆସୁଥିଲେ ସେମାନଙ୍କୁ ବୁକିଂ ପାଇ ସମୟ ମିଳୁନଥିଲା଼ । ଏଥିପାଇଁ ଦଲାଲ ମାନେ ରାତି ୨ଟାରୁ ଏମ୍ସ ବାହାରେ ଲମ୍ବା ଲମ୍ବା ଲାଇନ ଲଗାଇ ଏପରି ଓପିଡ ଟିକେଟରେ ଦଲାଲଗିରି କରୁଥିଲେ । ଏପରିକି ଏଭଳି ଭାବେ କିଛି ଲୋକଙ୍କୁ ଡାକ୍ତରଙ୍କ ସହ ଚିହ୍ନା ପରିଚୟ ମଧ୍ୟ ରଖିଥିଲେ । ବଡ ଅପରେସନ ପାଇଁ ମଧ୍ୟ ଖୁବଶୀଘ୍ର କରାଇଦେବାର ପ୍ରତିଶୃତି ଦେଇ ଏପରି ଠକାମି କରୁଥିଲେ । ଯାହାର ଆଧାରରେ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ । ମେଡ଼କାଲକୁ ଦଲାଲ ମୁକ୍ତ କରିବା ପାଇଁ ଏହିଭଳି ଅପରେସନ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 4, 2022, 5:33 PM IST

ABOUT THE AUTHOR

...view details