ଓଡିଶା

odisha

ETV Bharat / state

PM Vishwakarma Scheme: ସେପ୍ଟେମ୍ବର 17ରୁ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ଉପକୃତ ହେବେ ପାରମ୍ପରିକ କାରିଗର ଓ ଶିଳ୍ପୀକାର - ମୋଦିଙ୍କ ଜନ୍ମଦିନ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା

କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ସେପ୍ଟେମ୍ବର 17ରେ ଆରମ୍ଭ ହେବ । ଅଧିକ ପଢ଼ନ୍ତୁ

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା
ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା

By ETV Bharat Odisha Team

Published : Sep 15, 2023, 4:32 PM IST

ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହେବାକୁ ଯାଉଛି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା । ଏହି ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ତଥା ବିଶ୍ଵକର୍ମା ପୂଜା ଅବସରରେ ସେପ୍ଟେମ୍ବର 17ରେ ଆରମ୍ଭ ହେବ । ଭାରତର ବିଭିନ୍ନ ସ୍ଥାନରେ ଏହି କାର୍ଯ୍ୟକ୍ରମ ହେବ । ତେବେ ଓଡ଼ିଶାରେ ମଧ୍ୟ 3ଟି ସ୍ଥାନରେ ଏହି କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଏନେଇ ପ୍ରେସ୍‌ମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ।

ତେବେ ଓଡ଼ିଶାରେ ଭୁବନେଶ୍ୱର, ସମ୍ବଲପୁର ଏବଂ ପୁରୀ ଭଳି 3ଟି ସ୍ଥାନରେ କାର୍ଯ୍ୟକ୍ରମ ପାଇଁ ଯୋଜନା ରହିଛି । ଭୁବନେଶ୍ୱରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ସମ୍ବଲପୁରରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜନ୍ ବାର୍ଲା ଏବଂ ପୁରୀରେ କେନ୍ଦ୍ର ମହିଳା ଏବଂ ଶିଶୁ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ମୁଞ୍ଜାପରା ମହେନ୍ଦ୍ର ଭାଇ କାଲୁଭାଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ....ବାଲେଶ୍ୱରରୁ ଖଡ଼ଗପୁରକୁ ହେବ ୬ଲେନ ରାସ୍ତା, ନୀତିନ ଗଡକରୀଙ୍କୁ ଧନ୍ୟବାଦ ଦେଲେ ପ୍ରତାପ ଷଡଙ୍ଗୀ

ସେପଟେ ଏହି ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ମାଧ୍ୟରେ ଓଡ଼ିଶାରେ 1 ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି । 2023-24ରୁ 2027-28 ଭିତରେ 13 ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରାଯିବ । ଏଥିରେ ଗ୍ରାମୀଣ ଏବଂ ସହରାଞ୍ଚଳର ପାରମ୍ପରିକ କାରିଗର ଏବଂ ଶିଳ୍ପୀକାରମାନେ ଉପକୃତ ହେବେ । କୌଳିକ ବୃତ୍ତିକୁ ଆଧାର କରି ଜୀବନଯାପନ କରୁଥିବା ଲୋକଙ୍କୁ ଏହି ଯେଜନା ମାଧ୍ୟମରେ ସାମିଲ କରାଯିବ । ବଢ଼େଇ, ଡଙ୍ଗା ନିର୍ମାତା, ପଥର କାରିଗର, ଜୋତା କାରିଗର, ଝୁଡ଼ି, ମସିଣା ଏବଂ କତା କାରିଗର, ଧୋବା, ବାରିକ, ରାଜମିସ୍ତ୍ରୀ, ମାଛଜାଲ ନିର୍ମାତା ଭଳି 18ଟି ବର୍ଗଙ୍କୁ ସାମିଲ କରାଯିବ । ସେମାନଙ୍କୁ ପରିଚୟ ପତ୍ର ଏବଂ ସାର୍ଟିଫିକେଟ୍‌ ମିଳିବ । ତେବେ ପ୍ରତ୍ୟକ ଜିଲ୍ଲା ସ୍ତରରେ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯିବ । ଏହାସହ ସେମାନଙ୍କୁ 5 ଦିନର ମାଗଣା ଟ୍ରେନିଂ ଦିଆଯିବା ସହ 500 ଟଙ୍କା ଦୈନିକ ଭତ୍ତା ଦିଆଯିବ । ବିନା ବନ୍ଧକରେ ପ୍ରଥମ ପର୍ଯ୍ୟାୟରେ 1 ଲକ୍ଷ ଟଙ୍କା ଏବଂ ଦ୍ବିତୀୟ ପର୍ଯ୍ୟାୟରେ 2 ଲକ୍ଷ ଟଙ୍କା ରିହତି ସୁଧରେ ବ୍ୟାଙ୍କ ଋଣ ପ୍ରଦାନ କରାଯିବ ।

ତେବେ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱାଧୀନତା ଦିବସରେ ପାରମ୍ପରିକ କାରିଗରମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଆରମ୍ଭ କରାଯିବ ବୋଲି ଘୋଷଣା କରିଥିଲେ । ଏହି ଯୋଜନା ସେପ୍ଟେମ୍ବର 17ରୁ ଆରମ୍ଭ ହେବାକୁ ଥିବା ବେଳେ ଏଥିରେ ଋଣ ସହାୟତା ପ୍ରଦାନ କରିବେ କେନ୍ଦ୍ର ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details