ଭୁବନେଶ୍ବର:ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ (Council of Higher Secondary Education) ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ (plus two instant exam) ପରୀକ୍ଷା ପାଇଁ ଆବେଦନ ଅବଧି ପ୍ରକ୍ରିୟାକୁ ବୃଦ୍ଧି କରାଯାଇଛି । ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷାର୍ଥୀ ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ ବୋଲିଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ଇନ୍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ ।
Plus Two ଇନ୍ଷ୍ଟାଣ୍ଟ ପରୀକ୍ଷା, 29 ଯାଏଁ ବଢିଲା ଆବେଦନ ଅବଧି
ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ଆବେଦନ ଅବଧି ପ୍ରକ୍ରିୟାକୁ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହାର ଇନ୍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢନ୍ତୁ
ଯୁକ୍ତ ଦୁଇ ଇନ୍ଷ୍ଟାଣ୍ଟ ପରୀକ୍ଷା ପାଇଁ ବଢ଼ିଲା ଆବେଦନ ଅବଧି । ବନ୍ୟା ପରିସ୍ଥିତିକୁ ନଜରରେ ରଖି ସମୟ ଅବଧିକୁ ବୃଦ୍ଧି କରାଯାଇଛି । ଆଗ୍ରହୀ ପରୀକ୍ଷାର୍ଥୀ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ । ଅଗଷ୍ଟ 29 ରୁ ସେପ୍ଟେମ୍ବର ୨ ମଧ୍ୟରେ ପରୀକ୍ଷାର୍ଥୀ ଫି’ ଦାଖଲ କରିବେ। ସେପ୍ଟେମ୍ବର ୩ ରୁ ୫ ମଧ୍ୟରେ ଆନେକ୍ସ-୨, ଏସ୍ବି କଲେକ୍ଟ ରିସିପ୍ଟ ଆଦିକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ ଛାତ୍ର ଛାତ୍ରୀ । ଜୋନ୍ କାର୍ଯ୍ୟାଳୟଗୁଡ଼ିକ ସେପ୍ଟେମ୍ବର 6 ସୁଦ୍ଧା ମୁଖ୍ୟ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିବେ । ସେପଟେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଇନ୍ଷ୍ଟାଣ୍ଟ ପରୀକ୍ଷା ସେପ୍ଟେମ୍ବର 13 ଓ 14 ରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର