ଓଡିଶା

odisha

By

Published : Dec 8, 2022, 11:02 PM IST

ETV Bharat / state

ଅକ୍ଷମ ହେଲେ ବି ସକ୍ଷମ, ପାର୍କିଂ ଫି ଆଦାୟ କରି ପରିବାର ପୋଷୁଛନ୍ତି ସୁରତ

କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି ବିଏମ୍‌ସିରେ କାର୍ଯ୍ୟରତ ଥିବା ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳର ଦିବ୍ୟାଙ୍ଗ ସୁରତ ବେହେରା । ଅଧିକ ପଢନ୍ତୁ

ଅକ୍ଷମ ହେଲେ ବି ସକ୍ଷମ, ପାର୍କିଂ ଫି ଆଦାୟ କରି ପରିବାର ପୋଷୁଛନ୍ତି ସୁରତ
ଅକ୍ଷମ ହେଲେ ବି ସକ୍ଷମ, ପାର୍କିଂ ଫି ଆଦାୟ କରି ପରିବାର ପୋଷୁଛନ୍ତି ସୁରତ

ଭୁବନେଶ୍ବର: ଜୀବନ ଥିଲେ ତ ସମସ୍ୟା ଅଛି । ଆଉ ସେହି ସମସ୍ୟାକୁ ପାର କରି ନିଜର କର୍ତ୍ତବ୍ୟ କରିବାର ଅଛି । ଭଗବାନଙ୍କ ଇଚ୍ଛା ବିରୋଧରେ ସିନା ଯାଇପାରିବାନି ହେଲେ ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ନିଜର ଦୃଢ ସାମର୍ଥ୍ୟ ମନୋବଳ ଲଗାଇ ଜୀବନ ଯୁଦ୍ଧରେ ସବୁ ବାଧା ଓ ବିଘ୍ନ କୁ ପାର କରିପାରିବା । କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ ତାକୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି BMCରେ ପାର୍କିଂ ଫି ଆଦାୟ କରୁଥିବା ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳର ଦିବ୍ୟାଙ୍ଗ ସୁରତ ବେହେରା । ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଛନ୍ତି। ପିଲାଟି ବେଳରୁ ବାପା ମାଆ ଚାଲିଯିବା ପରେ ଏବେ ଭୁବନେଶ୍ବରରେ ଅଜା ଓ ଆଇଙ୍କ ପାଖରେ ସାହା ଭରସା ହୋଇ ରହିଛନ୍ତି ସୁରତ ।

ଅକ୍ଷମ ହେଲେ ବି ସକ୍ଷମ, ପାର୍କିଂ ଫି ଆଦାୟ କରି ପରିବାର ପୋଷୁଛନ୍ତି ସୁରତ

ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । 8 ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡିଯାଇଥିଲେ । ଯାହାଦ୍ୱାରା ତାଙ୍କ ଡାହାଣ ହାତ ଭାଙ୍ଗି ଯାଇଥିଲା। ଏହାପରେ ହାତଟି ପ୍ଲାଷ୍ଟର ହୋଇଥିଲା। କିନ୍ତୁ ହାତଟି ସେଫ୍ଟିକ୍‌ ବା ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତଟି କାଟିବାକୁ ପଡ଼ିଥିଲା। 2006 ମସିହାର ଏହି ଘଟଣା । କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ କେବେ ଅଟକାଇ ପାରିନି । ଦୃଢ ମନୋବଳ ଫଳରେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ନିଜେ ରୋଜଗାରକ୍ଷମ ହୋଇ ନିଜ ପରିବାର ପୋଷୁଛନ୍ତି ।

ପରିବାର କହିଲେ ଅଜା ଏବଂ ଆଇ । 5 ବର୍ଷ ବୟସରୁ ବାପା ମା ଙ୍କୁ ହରାଇଛନ୍ତି । ପିଲାଟି ବେଳରୁ ମନରେ ଅନେକ ଆଶା ନେଇ ଭବିଷ୍ୟତ ଗଢ଼ିବାର ସ୍ୱପ୍ନ ଦେଖିଥିଲେ, ହେଲେ ବର୍ତ୍ତମାନ ପାର୍କିଂ ଫି କାଟୁଛନ୍ତି । ସୁରତ ଯୁକ୍ତ ତିନି ପାଠ ବି ପଢି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏଥିସହ ଆଗକୁ ପିଜି କରିବାକୁ ଇଚ୍ଛା ରଖିଛନ୍ତି । ଆଗକୁ ସରକାରୀ ଚାକିରି ପାଇଁ ମନ ବଳାଇଛନ୍ତି ସୁରତ।

ତେବେ ଏଭଳି ସ୍ଥିତିରେ ଓଡ଼ିଶା ମୋ ପରିବାର ପକ୍ଷରୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରତଙ୍କୁ କୃତ୍ରିମ ହାତ ଯୋଗାଇ ଦିଆଯାଇଛି । ହାତ ଲାଗିବା ପରେ ସୁରତଙ୍କ ମୁହଁରେ ସମ୍ୟକ ଖୁସି ଦେଖିବାକୁ ମିଳିଛି ।

ଏନେଇ ସୁରତ କୁମାର ବେହେରା କହିଛନ୍ତି, "ଓଡ଼ିଶା ମୋ ପରିବାର ପକ୍ଷରୁ ପ୍ଲାଷ୍ଟିକ ହାତ ମିଳିଥିବାରୁ ଏହାର ସହାୟତାରେ କାମ କରୁଛି । ଯୁକ୍ତ ତିନି ପଢିବା ପରେ ପିଜି କରିବାକୁ ଇଚ୍ଛା ଥିବା ବେଳେ ଟଙ୍କା ସାଜିଥିଲା ବାଧକ । ଏଥିସହ ସରକାରଙ୍କୁ ଅନୁରୋଧ କରୁଛି କି ମତେ ଏକ ସରକାରୀ ଚାକିରି ଦେଲେ ମୋ ଅଜା ଆଇଙ୍କୁ ପୋଷି ପାରିବା ସହ ନିଜେ ଚଳିବାକୁ ମଧ୍ୟ ସକ୍ଷମ ହୋଇପାରିବି ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details