ଓଡିଶା

odisha

ETV Bharat / state

ମିଳିଲାନି ଫନି ପାଲ, ହିତାଧିକାରୀଙ୍କ ଦ୍ବାରା ଏନଏଚ ଅବରୋଧ

ପାଲ ମିଳିନଥିବାରୁ ଲୋକେ ଖୋର୍ଦ୍ଧା-ବଲାଙ୍ଗୀର 57ନଂ ଜାତୀୟ ରାଜପଥକୁ ସାରୁଅଠାରେ ଅବରୋଧ କରିଥିଲେ ।

By

Published : May 11, 2019, 12:15 PM IST

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଖୋର୍ଦ୍ଧା: ଫନି ସବୁ କିଛି ଉଜାଡି ଦେଇଥିବାବେଳେ ଜିଲ୍ଲାରେ ଲୋକେ ଦୁଇ ମୁଠା ଖାଇବା ଓ ମୁଣ୍ଡ ଗୁଞ୍ଜିବା ପାଇଁ ହନ୍ତସନ୍ତ ହେଉଛନ୍ତି । ଏ ଯାଏଁ ପ୍ରଶାସନିକ ସହଯୋଗ ଲୋକଙ୍କ ପାଖରେ ପହଞ୍ଚି ପାରିନାହଁ ।

ନିର୍ବାହୀ ଅଧିକାରୀ କିଛି ଶୁଣୁ ନଥିବାବେଳେ କାହାରି ଜଣକୁ ବି ପାଲ ଖଣ୍ଡିଏ ମିଳି ନଥିବା ସ୍ଥାନୀୟ ବାସିନ୍ଦା ମଥୁରାନନ୍ଦ ସୁବୁଦ୍ଧି କହିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ଜିଲ୍ଲା ପ୍ରଶାସନ ପକ୍ଷରୁ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ 50 କେଜି ଚାଉଳ, 2ହଜାର ଟଙ୍କା ଏବଂ ପାଲ ଯୋଗାଇ ଦେବାକୁ ଘୋଷଣା ହୋଇଥିଲେ ମଧ୍ୟ ବେଗୁନିଆ ବ୍ଲକ ପ୍ରଶାସନ ପାଲ କିମ୍ବା ପାଲ ବାବଦ ଅର୍ଥ 500 ଟଙ୍କା ନଦେବାରୁ ହିତାଧିକାରୀମାନେ ଉତ୍ୟକ୍ତ ହୋଇ ଖୋର୍ଦ୍ଧା-ବଲାଙ୍ଗୀର 57 ନଂ ଜାତୀୟ ରାଜପଥକୁ ସାରୁଅଠାରେ ଅବରୋଧ କରିଥିଲେ ।

ବ୍ଲକ ପ୍ରଶାସନ ପାଲ ବାବଦ ଅର୍ଥ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details