ଓଡିଶା

odisha

ETV Bharat / state

ସାମାଜିକ ଦୂରତ୍ବକୁ ଅଣଦେଖା, ଏଟିଏମ ଆଗରେ ଜମୁଛି ଅମାନିଆଙ୍କ ଭିଡ

ବୋଲଗଡରେ ସାମାଜିକ ଦୂରତ୍ୱକୁ ମାନୁନାହାନ୍ତି ଲୋକେ । ବ୍ୟାଙ୍କରେ ପାସବୁକ ପ୍ରିଣ୍ଟ ବେଳେ ଲାଗୁଛି ଲମ୍ବା ଧାଡ଼ି । ଏ ନେଇ ପ୍ରଶାସନ ଦୃଷ୍ଟି ଦେବାକୁ ତେଜିଛି ଦାବି ।

od_social distancing
ସାମାଜିକ ଦୂରତ୍ବକୁ ବେଖାତିର, ଏଟିଏମ ଆଗରେ ଜମୁଛି ଅମାନିଆଙ୍କ ଭିଡ

By

Published : Apr 10, 2020, 11:49 PM IST

Updated : Apr 12, 2020, 9:49 AM IST

ଖୋର୍ଦ୍ଧା: ଜିଲ୍ଲାର ବୋଲଗଡ ବ୍ଳକ ରାଜସୁନାଖଳା ସ୍ଥିତ ଏସବିଆଇ ଏଟିଏମରେ ପାସବୁକ ପ୍ରିଣ୍ଟ ମେସିନ ପାଖରେ ଜମୁଛି ଗ୍ରାହକଙ୍କୁ ନାହିଁ ନଥିବା ଭିଡ଼ । ଏଠାରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବାରୁ କୋରୋନା ଭୁତାଣୁ ସଂକ୍ରମଣର ଭୟ ରହିଛି ।

ମହାମାରୀ କୋରୋନା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି । ଶ୍ରମିକଠାରୁ ବ୍ୟବସାୟୀ ହାତ ଯୋଡି ବସିଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପ୍ରତ୍ୟେକ ମହିଳାଙ୍କ ଜନଧନ ଖାତାକୁ ୫ ଶହ , ଗ୍ୟାସ ପାଇଁ ୭୭୬ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ଆଉ ସେହି ଟଙ୍କା ଉଠାଇବା ପାଇଁ ମହିଳା ଓ ସେମାନଙ୍କ ପରିବାର ଲୋକେ ବ୍ୟାଙ୍କରେ ଭିଡ଼ ଜମାଉଛନ୍ତି ।

ବ୍ୟାଙ୍କ ବାହାରେ ଏଟିଏମ କାଉଣ୍ଟର ନିକଟରେ ଏହି ମେସିନଟି ରହିଛି । ତେବେ ଆସିଛି କି ନାହିଁ ଜାଣିବା ପାଇଁ ପାସ୍‌ବୁକକୁ ପ୍ରିଣ୍ଟ କରି ଚେକ କରିବାକୁ ଭିଡ ଜମାଯାଉଛି । ଆଉ ଏସବୁ ଯାଞ୍ଚ ନେଇ ମଧ୍ୟ କିଛି ବ୍ୟବସ୍ଥା ବା ଅଧିକାରୀ ନଥିବାରୁ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି । ଏଣୁ ଏପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Apr 12, 2020, 9:49 AM IST

ABOUT THE AUTHOR

...view details