ଓଡିଶା

odisha

ETV Bharat / state

ଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଓଡିଶା ସରକାରଙ୍କ ନାଁ ଦେବାକୁ ଦାବି - rename the land of jagannath

ନରଣଗଡ ଗ୍ରାମପଞ୍ଚାୟତ ଲୋକେ ନିଜର ଜମି କିଣା-ବିକା କରିପାରୁ ନାହାଁନ୍ତି । ଫଳରେ ଲୋକେ ଅତ୍ୟାବଶ୍ୟକ କାର୍ଯ୍ୟ ତୁଲାଇବାରୁ ବଞ୍ଚିତ ହେବା ସହିତ କୌଣସି ପ୍ରକାର ସରକାରୀ ସାହାଯ୍ୟ ପାଇପାରୁ ନାହାଁନ୍ତି । ଅଧିକ ପଢନ୍ତୁ...

ଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଓଡିଶା ସରକାରଙ୍କ ନାଁ ଦେବାକୁ ଦାବି
ଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଓଡିଶା ସରକାରଙ୍କ ନାଁ ଦେବାକୁ ଦାବି

By

Published : Nov 25, 2020, 4:26 PM IST

ଖୋର୍ଦ୍ଧା: ନରଣଗଡ ଗ୍ରାମପଞ୍ଚାୟତ ଲୋକେ ନିଜର ଜମି କିଣା-ବିକା କରିପାରୁ ନାହାଁନ୍ତି । ଫଳରେ ଲୋକେ ଅତ୍ୟାବଶ୍ୟକ କାର୍ଯ୍ୟ ତୁଲାଇବାରୁ ବଞ୍ଚିତ ହେବା ସହିତ କୌଣସି ପ୍ରକାର ସରକାରୀ ସାହାଯ୍ୟ ପାଇପାରୁ ନାହାଁନ୍ତି । ଜମିପଟ୍ଟାରେ ଜମିଦାରଙ୍କ ନାମ ଶ୍ରୀ ଜଗନ୍ନାଥ ମହାପ୍ରଭୁ ବିଜେ ପରିବର୍ତ୍ତେ ଓଡିଶା ସରକାରଙ୍କ ନାମ କରାଯିବା ନେଇ ଦାବି କରିଛନ୍ତି ଲୋକେ ।

ଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଓଡିଶା ସରକାରଙ୍କ ନାଁ ଦେବାକୁ ଦାବି

ଏହା ସହିତ ନରଣଗଡରେ ଥିବା କୁଣ୍ଡକୁଣ୍ଡି ମୁଣ୍ଡିଆ ରାଜ୍ୟ ଖଣି ନିଗମ ଅଧିନକୁ ଚାଲିଯିବା ଫଳରେ ଏ ଅଞ୍ଚଳରେ ବହୁ ଲୋକ ନିଜର ଜୀବିକା ହରାଇଛନ୍ତି । ତେଣୁ ଏ ବାବଦରେ 7 ଦିନ ଭିତରେ ଜନଶୁଣାଣୀ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି । ଧାର୍ଯ୍ୟ ସମୟ ଭିତରେ ଲୋକଙ୍କ ସମସ୍ୟା ପ୍ରତି ପ୍ରଶାସନ ପଦକ୍ଷେପ ନ ନେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ନରଣଗଡ ଗ୍ରାମପଞ୍ଚାୟତବାସୀ ଚେତାବନୀ ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details