ଓଡିଶା

odisha

Narasingha Mishra controversial statement: ନରସିଂହଙ୍କ ସପକ୍ଷରେ ବାହାରିଲେ ଶରତ

By ETV Bharat Odisha Team

Published : Oct 29, 2023, 8:14 PM IST

ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କ ବ୍ୟାନ ପ୍ରସଙ୍ଗରେ ବରିଷ୍ଠ କଂଗ୍ରସ ନେତା ନରସିଂହ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ । ନରସିଂହଙ୍କ ସପକ୍ଷରେ ବାହାରିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

PCC President Sarat Patnaik
PCC President Sarat Patnaik

ନରସିଂହଙ୍କ ସପକ୍ଷରେ ବାହାରିଲେ ଶରତ

ଭୁବନେଶ୍ବର: ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ପସିଲା ପଲିଟିକ୍ସ । ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ ବିବାଦରେ ବଲାଙ୍ଗୀର ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଏଣ୍ଟ୍ରିକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି । ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ କଟକଣା ନ ହଟାଇଲେ ଓଡ଼ିଶା ଦୁଇ ଭାଗ ହେବ ବୋଲି କହିଥିଲେ ନରସିଂହ । ତେବେ ଏନେଇ ନରସିଂହଙ୍କ ସପକ୍ଷରେ ବାହାରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଓଡ଼ିଶାକୁ ଭାଙ୍ଗିବାରେ କଂଗ୍ରେସ ଦଳ ବିଶ୍ବାସ କରେ ନାହିଁ ବୋଲି ସେ କହିଛନ୍ତି ।

ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ ବିବାଦରେ ବିଜେପି ନେତା ଅଖିଳ ପଟ୍ଟନାୟକ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କୁ ସମାଲୋଚନା କରିଥିଲେ । ନରସିଂହ ରାଜ୍ୟକୁ ଭାଗ ଭାଗ କରିବା କଥା କହିବା ଠିକ ନୁହେଁ ବୋଲି କହିଛନ୍ତି । ଫିଲ୍ମ ନିଗମର ଅଧ୍ୟକ୍ଷ ଏହାର ତୁରନ୍ତ ଆପୋଷ ସମାଧାନ କରନ୍ତୁ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ସରକାର ସବୁବେଳେ ପଶ୍ଚିମ ଓଡିଶାକୁ ଅବହେଳା କରିଆସିଛନ୍ତି । ପଶ୍ଚିମ ଓଡ଼ିଶାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉନାହାଁନ୍ତି ବୋଲି ନରସିଂହ ଅଭିଯୋଗ କରିଥିଲେ । ତେବେ ଆଜି ବିଜେପିର ସମାଲୋଚନା ନେଇ ପାଲଟା ଜବାବ ଦେଇଛି କଂଗ୍ରେସ। ପିସିସି ସଭାପତି ଶରତ ପଟ୍ଟନାୟକ ଏହାକୁ ଖଣ୍ଡନ କରିଥିବା ବେଳେ ନରସିଂହଙ୍କ ସପକ୍ଷରେ ବାହାରିଛନ୍ତି ।

ଏହା ବି ପଢନ୍ତୁ- Ban on Actor Manoj Mishra: ଅଭିନେତାଙ୍କ କଳିରେ ଏଣ୍ଟ୍ରି ମାରିଲେ ନେତା, ମନୋଜଙ୍କ ସପକ୍ଷରେ ବାହାରିଲେ ନରସିଂହ

ଏନେଇ ଶରତ କହିଛନ୍ତି, "ଓଡିଶାକୁ ଭାଙ୍ଗିବାରେ କଂଗ୍ରେସ ଦଳ ବିଶ୍ବାସ କରେନାହିଁ । ଆମର ରାଜ୍ୟ ଏକ ଏବଂ ଅନନ୍ୟ । ଆମେ ଆମର ଓଡ଼ିଆ ଅଭିନେତାଙ୍କୁ ନେଇ ଗର୍ବ ଅନୁଭବ କରୁ । ଅଭିନେତାଙ୍କ ମତାନ୍ତର ମନାନ୍ତର ମଧ୍ୟରେ ଆମେ ପ୍ରବେଶ କରିବା ଠିକ ନୁହେଁ । ଓଡ଼ିଶାକୁ ଭାଙ୍ଗିବାରେ ଆମେ ଵିଶ୍ଵାସ କରୁନାହୁଁ । ଓଡ଼ିଶାରେ ବିଜେଡି ସରକାର ଆଞ୍ଚଳିକ ବୈଷମ୍ୟତା ରଖିଛନ୍ତି । ଖାଲି ପଶ୍ଚିମ ଓଡିଶା ନୁହେଁ, ଉତ୍ତର ଓ ଦକ୍ଷିଣ ଓଡିଶାରେ ମଧ୍ୟ ସମାନ ସ୍ଥିତି । ସେଥିପାଇଁ ଓଡ଼ିଶାର ଜନସାଧାରଣ ବିଜେଡି ଠାରୁ ମୁହଁ ଫେରାଇବା ଆରମ୍ଭ କଲେଣି । ଓଡ଼ିଶାକୁ ଭାଗ ଭାଗ କରିବାକୁ ଦିଆଯିବ ନାହିଁ। "

ଏହା ବି ପଢନ୍ତୁ- Manoj Mishra Ban Controversy: ମନୋଜଙ୍କ ସପକ୍ଷରେ ବାହାରିଲେ ରେଙ୍ଗାଲି ବିଧାୟକ

ସୂଚନା ଥାଉ କି ଗତ ଶୁକ୍ରବାର ବଲାଙ୍ଗୀର ଲୋଇସିଂହାଠାରେ ଚାଲିଥିବା ଛେଲିଆ ପାଠ ଉତ୍ସବରେ ନରସିଂହ ଓଡ଼ିଶା ଦୁଇ ଫାଳ ହେବ ବୋଲି ମଞ୍ଚରେ ଖୋଲାଖୋଲି ଭାବରେ କହିଥିଲେ । ମନୋଜ ମିଶ୍ରଙ୍କ ପ୍ରତି ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ତୀବ୍ର ବିରୋଧ କରି କହିଥିଲେ, "ପଶ୍ଚିମ ଓଡ଼ିଶାର ଜଣେ କଳାକାରଙ୍କୁ ଏଭଳି ପାତର ଅନ୍ତର ନୀତି ଅବଲମ୍ବନ କରି ହେୟ ଜ୍ଞାନ କରିବା ମହାଙ୍ଗା ପଡ଼ିବ । ଏପରିକି ଦରକାର ପଡ଼ିଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ଓ ଓଡ଼ିଶା ଦୁଇ ଫାଳ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details