ଓଡିଶା

odisha

Chhattisgarh Polls: ଛତିଶଗଡ଼ ନିର୍ବାଚନରେ ପ୍ରଚାର କରିବେ ପିସିସି ସଭାପତି ଶରତ

By ETV Bharat Odisha Team

Published : Oct 21, 2023, 5:44 PM IST

ଛତିଶଗଡ଼ ବିଧାନସଭା ନିର୍ବାଚନ ଲାଗି କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଚାର କରିବେ ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

Chhattisgarh Poll
Chhattisgarh Poll

ଭୁବନେଶ୍ବର:ଆସନ୍ତା ନଭେମ୍ବର ୭ ତାରିଖରୁ ଛତିଶଗଡ଼ରେ ଆରମ୍ଭ ହେବ ବିଧାନସଭା ନିର୍ବାଚନ । ତାରିଖ ଘୋଷଣା ହେବା ପରେ ପ୍ରଚାର ପାଇଁ ଅଣ୍ଟା ଭିଡିଛି କଂଗ୍ରେସ । ଛତିଶଗଡ଼ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଛତିଶଗଡ଼ ନିର୍ବାଚନରେ ପ୍ରଚାର କରିବେ ଶରତ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାରୁ 3 ବରିଷ୍ଠ ନେତାଙ୍କୁ ମିଳିଛି ଦାୟିତ୍ବ ।

ଛତିଶଗଡ଼ରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପ୍ରଚାର ପାଇଁ AICC ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ ଓଡ଼ିଶାର ପିସିସି ସଭାପଟି ଶରତ ପଟ୍ଟନାୟକ ରହିଛନ୍ତି । ସେହିପରି ଓଡ଼ିଶାର ଆଉ ଦୁଇଜଣଙ୍କ ନାମ ଉକ୍ତ ତାଲିକାରେ ସ୍ଥାନ ପାଇଛି । ବିହାର ରାଜ୍ୟ ପ୍ରଭାରୀ ଭକ୍ତ ଚରଣ ଦାସ ଓ ଏଆଇସିସି ସମ୍ପାଦକ ତଥା ସାଂସଦ ସପ୍ତଗିରି ଉଲାକାଙ୍କ ନାମ ମଧ୍ୟ ଉକ୍ତ ତାରକା ପ୍ରଚାରକ ତାଲିକାରେ ସ୍ଥାନ ପାଇଛି ।

ଏହା ବି ପଢନ୍ତୁ- Chhattisgarh polls: 2ୟ ପର୍ଯ୍ୟାୟରେ 53 ପ୍ରାର୍ଥୀ ଦେଲା କଂଗ୍ରେସ

ସେହିପରି ୪୦ ଜଣିଆ ତାରକା ପ୍ରଚାରକ ତାଲିକାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନେ ଖଡେଗ, ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସଂସଦରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ, ଅଳକା ଲମ୍ବା, ଅଜୟ ମାକେନଙ୍କ ଭଳି ହାଇ ପ୍ରୋଫାଇଲ ନେତା ରହିଛନ୍ତି । ସୂଚନା ଥାଉ କି ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ୭ ନଭେମ୍ବରରୁ ଆରମ୍ଭ ହୋଇ ୧୭ ନଭେମ୍ବରରେ ଶେଷ ହେବ। କଂଗ୍ରେସ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ତାଙ୍କ ପାରମ୍ପରିକ ସିଟ ପାଟନରୁ ଲଢ଼ୁଛନ୍ତି । ଛତିଶଗଡ଼ ବିଧାନସଭାରେ ଏବେ ଜାତୀୟ କଂଗ୍ରେସର ୬୮ ଜଣ ବିଧାୟକ ରହିଛନ୍ତି । ୨୦୧୮ ନିର୍ବାଚନରେ ଜାତୀୟ କଂଗ୍ରେସ ୯୦ରୁ ୬୮ଟି ସିଟ ଜିତି ସରକାର ଗଢିଥିଲା । ବିଜେପି ୧୫ଟି ସିଟ ପାଇଥିଲା ।

ଏହା ବି ପଢନ୍ତୁ- କଂଗ୍ରେସ ହାଇକମାଣ୍ଡ ଭାବେ ଖଡଗେଙ୍କ ବର୍ଷେ ପୂର୍ତ୍ତି: କେତେ ସଫଳ, କ’ଣ ରହିଛି ଚ୍ୟାଲେଞ୍ଜ

ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ଭୋଟଗ୍ରହଣ ହେବାକୁ ଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୭୦ ଆସନରେ ନଭେମ୍ବର ୧୭ରେ ମତଗ୍ରହଣ ହେବ । ଶାସନରେ ଥିବା କଂଗ୍ରେସ ଗତ ରବିବାର ପ୍ରଥମ ପର୍ଯ୍ୟାୟରେ ୩୦ ପ୍ରାର୍ଥୀ ଘୋଷଣା କରିସାରିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ପାଟନ ବିଧାନସଭା ଆସନରୁ ଟିକେଟ ଦେଇସାରିଛି ଦଳ । ସେହିପରି ଦଳର ଅନ୍ୟତମ ହେଭିଓ୍ବେଟ ତଥା ଉପମୁଖ୍ୟମନ୍ତ୍ରୀ ଟି.ଏନ ସିଂଦେଓଙ୍କୁ ଅମ୍ବିକାପୁର ଆସନରୁ ଦଳ ପ୍ରାର୍ଥୀ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details