ଖୋର୍ଦ୍ଧା:ବିଦ୍ୟୁତ୍ ନଥିବାରୁ ୪ ଘଣ୍ଟା କାଳ ଅନ୍ଧାରରେ ରହିଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ଏହି ସମୟରେ ମୋବାଇଲ ଲାଇଟରେ ଚାଲିଲା ସ୍ବାସ୍ଥ୍ୟ ସେବା । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଗଲା । ବିଦ୍ୟୁତ୍ ସେବା ବ୍ୟାହାତ ସମୟରେ କାର୍ଯ୍ୟ କରିବାକୁ ହସ୍ପିଟାଲରେ ଜେନେରେଟର ଅଛି । ହେଲେ ତାହା ଆକାମୀ ହୋଇ ପଡ଼ିଛି । ଫଳରେ ବିଦ୍ୟୁତ୍ କଟିଯିବା ପରେ ମୋବାଇଲ ଲାଇଟ୍ରେ ରୋଗୀଙ୍କୁ ଦେଖିଲେ ଡାକ୍ତର ।
ହସ୍ପିଟାଲରେ ଅନ୍ଧାରରେ ଦିଆଯାଉଛି ଇଞ୍ଜେକ୍ସନ, ଭିଡିଓ ଭାଇରାଲ - ଭିଡିଓ ଭାଇରାଲ
ବିଦ୍ୟୁତ୍ ନଥିବାରୁ ୪ ଘଣ୍ଟା କାଳ ଅନ୍ଧାରରେ ରହିଲା ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଗଲା । ଅଧିକ ପଢ଼ନ୍ତୁ...
ଏଭଳି ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଫଳରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସଲ ଚେହେରା ଏବେ ପଦାରେ ପଡ଼ିଛି । ସେପଟେ ଘଟଣା ପ୍ରଘଟ ହେବାପରେ କ୍ୟାମେରା ସାମ୍ନାରେ କିଛି କହିବାକୁ ସଫା ସଫା ମନା କରି ଦେଇଛନ୍ତି ବିଭାଗୀୟ ଅଧିକାରୀ ।
ତେବେ ପ୍ରଶ୍ନ ଉଠୁଛି ଏହି ସମୟରେ କିଛି ଗୁରୁତର ରୋଗୀଙ୍କ ସହ କିଛି ଅଘଟଣ ଘଟିଲେ ଏଥିପାଇଁ ଦାୟୀ କିଏ ରହିବେ । ରୋଗୀଙ୍କୁ ଅନ୍ଧାରରେ ଇଞ୍ଜେକ୍ସନ ଦିଆଯାଉଥିବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ହେଲେ ଏ ବାବଦରେ କେହି ମୁହଁ ଖୋଲୁ ନାହାନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ