ଖୋର୍ଦ୍ଧା: ଜଟଣୀସ୍ଥିତ ସେଞ୍ଚୁରିଆନ ୟୁନିଭର୍ସିଟି କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ୟୁନିଭର୍ସିଟି ମୁଖ୍ୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ୟୁନିଭର୍ସିଟିର ପାରାମେଡିକାଲର ୨ୟ ବର୍ଷ ଛାତ୍ର (BSc ରେଡ଼ିଓଲୋଜି) ବୈଷ୍ଣବ ଭରଦ୍ୱାଜ ଆଜି(ବୁଧବାର) ନିଜ ହଷ୍ଟେଲ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି । ପରୀକ୍ଷା ଚାଲିଥିବାବେଳେ ତାଙ୍କ ମାଲ ପ୍ରାକ୍ଟିସ କରାଯିବା ଏବଂ କ୍ଳାସ ରୁମରୁ ବାହାର କରିଦେଇଥିବାକୁ ନେଇ ବହୁତ ଅପମାନିତ ଅନୁଭବ କରିଥିବା ସହପାଠୀମାନେ କହିଛନ୍ତି । ଫଳରେ ସେ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଜଣାପଡିଛି ।
ସେଞ୍ଚୁରିଆନ ୟୁନିଭର୍ସିଟିରେ ପାରାମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା
ଜଟଣୀସ୍ଥିତ ସେଞ୍ଚୁରିଆନ ୟୁନିଭର୍ସିଟି କ୍ୟାମ୍ପସରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା । ପରୀକ୍ଷା ଚାଲିଥିବା ବେଳେ ତାଙ୍କ ମାଲ ପ୍ରାକ୍ଟିସ କରାଯିବା ଏବଂ କ୍ଳାସ ରୁମରୁ ବାହାର କରିଦେଇଥିବାକୁ ନେଇ ବହୁତ ଅପମାନିତ ଅନୁଭବ କରିଥିବା ସହପାଠୀମାନେ କହିଛନ୍ତି । ଅଧିକ ପଢନ୍ତୁ
ସେଞ୍ଚୁରିଆନ ୟୁନିଭରସିଟିରେ ପାରାମେଡିକାଲ ଛାତ୍ରଙ୍କ ଆତ୍ମହତ୍ୟା
ତାଙ୍କ ମୃତଦେହକୁ ଭୁବନେଶ୍ୱର ହସ୍ପିଟାଲକୁ ପଠାଇ ଦିଆଯାଇଥିବାବେଳେ ୟୁନିଭର୍ସିଟିର ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମ୍ପୃକ୍ତ ପରୀକ୍ଷା କର୍ତ୍ତୃପକ୍ଷଙ୍କୁ ସସପେଣ୍ଡ କରିବା ସହ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଘଟଣାସ୍ଥଳରେ ଜଟଣୀ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇବା ସହ, ଅଶାନ୍ତ ଛାତ୍ରଙ୍କୁୁ ବୁଝାସୁଝା କରୁଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ