ଓଡିଶା

odisha

ETV Bharat / state

8 ବର୍ଷ ଧରି ଦାଣ୍ଡ ପିଣ୍ଡାରେ ବେଣୁଧର: ପାଞ୍ଚ ପ୍ରାଣୀ କୁଟୁମ୍ବକୁ ପୋଷିବ କିଏ.. - ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମ

ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମର ମାଳିସାହିରେ ରୁହନ୍ତି ବେଣୁଧର ବେହେରାଙ୍କ ପରିବାର । ରହିବାକୁ ବଖରାଏ ଘର, ଆଉ ଜମି କଥା ତ ନକହିଲେ ଭଲ । ପର ପାଖେ କାମଦାମ କରି ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ବେଣୁଧର । ହେଲେ ସେ ପକ୍ଷାଘାତ ରୋଗର ଶିକାର । ଚିକିତ୍ସା ପାଇଁ ଘରେ ଯାହା କିଛି ସମ୍ବଳ ଥିଲା ସବୁ ସରିଲାଣି । କିନ୍ତୁ ସୁସ୍ଥ ହେବା ପାଇଁ ଅପରେସନ କରିବାକୁ ପଡୁଥିବାବେଳେ ଅର୍ଥ ସାଜିଛି ବାଧକ ।

ଡିଜାଇନ ଫଟୋ

By

Published : Aug 11, 2019, 9:30 AM IST

ଖୋର୍ଦ୍ଧା: ଦିନେ ନୁହେଁ କି ମାସେ ନୁହେଁ, ଦୀର୍ଘ ଆଠ ବର୍ଷ ଧରି ଦାଣ୍ଡ ପିଣ୍ଡାରେ ବିତୁଛି ଜୀବନ । ତା ସାଙ୍ଗକୁ ଦାଉ ସାଧୁଛି ରୋଗ ଯନ୍ତ୍ରଣା । ଗରିବଙ୍କ ପାଇଁ ସରକାର କରିଥିବା ଅନେକ ଯୋଜନା ଯେମିତି ସ୍ଥାଣୁ ପାଲଟିଛି ଏଠାରେ । ନା ମିଳୁଛି ପକ୍କା ଘର ନା ନିଜ ଚିକିତ୍ସା ପାଇଁ ମିଳୁଛି ସରକାରୀ ସହାୟତା । ଦାରିଦ୍ର୍ୟର କଷାଘାତରେ ସଢ଼ୁଛନ୍ତି ବେଣୁଧରଙ୍କ ପରିବାର । ଆସନ୍ତୁ ଦେଖିବା 'ଇଟିଭି ଭାରତ'ର ସ୍ବତନ୍ତ୍ର ରିପୋର୍ଟ ।

ଏ ଘଟଣା ହେଉଛି ଖୋର୍ଦ୍ଧା ବେଗୁନିଆ ବ୍ଲକର ଗଂପୁର ଗ୍ରାମର । ଗାଁ ମାଳିସାହିରେ ରୁହନ୍ତି ବେଣୁଧର ବେହେରାଙ୍କ ପରିବାର । ରହିବାକୁ ବଖରାଏ ଘର, ଆଉ ଜମି କଥା ତ ନକହିଲେ ଭଲ । ପର ପାଖେ କାମଦାମ କରି ନିଜ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷୁଥିଲେ ବେଣୁଧର । ହେଲେ ସେ ପକ୍ଷାଘାତ ରୋଗର ଶିକାର । ଚିକିତ୍ସା ପାଇଁ ଘରେ ଯାହା କିଛି ସମ୍ବଳ ଥିଲା ସବୁ ସରିଲାଣି । କିନ୍ତୁ ସୁସ୍ଥ ହେବା ପାଇଁ ଅପରେସନ କରିବାକୁ ପଡୁଥିବାବେଳେ ଅର୍ଥ ସାଜିଛି ବାଧକ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଆମ ପ୍ରତିନିଧି ବେଣୁଧରଙ୍କୁ ନେଇ ସିଧାସଳଖ ବେଗୁନିଆ ବିଡ଼ିଓଙ୍କୁ ଦେଖା କରିଥିଲେ । ବିଡ଼ିଓ ତାଙ୍କ ସ୍ଥିତି ଦେଖି ନିଜ ପକେଟରୁ ତତ୍‌କ୍ଷଣାତ ୨ହଜାର ଟଙ୍କା ଦେଇ ନିଜେ ବେଣୁଧରଙ୍କ ଘର ଦେଖିବାକୁ ଯାଇଥିଲେ । ବିଡିଓ ତାଙ୍କୁ ତୁରନ୍ତ ରହିବା ପାଇଁ ଘର ଏବଂ ଚିକିତ୍ସା ପାଇଁ ରେଡ଼କ୍ରସ ଫଣ୍ଡରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଦେବେ ଦେଖିବାକୁ ରହିଲା, କେବେ ସ୍ଥାନୀୟ ବିଡ଼ିଓ ଓ ଜିଲ୍ଲାପାଳ ବେଣୁଧରଙ୍କୁ ସହାୟତାର ହାତ ବଢାଉଛନ୍ତି । ଯଦି କେହି ସହୃଦୟ ବ୍ୟକ୍ତି ବେଣୁଧରଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ଚାହାଁନ୍ତି, ତେବେ ତାଙ୍କ ମୋବାଇଲ ନଂ '9178536974' ରେ ଯୋଗାଯୋଗ କରିପାରିବେ ।


ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details