ଓଡିଶା

odisha

ଖୋର୍ଦ୍ଧା ହାବେଳିରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ ମେଳା, ଯୋଗଦେଲେ ବହୁ ନେତା ମନ୍ତ୍ରୀ

By

Published : Feb 22, 2023, 2:18 PM IST

ଖୋର୍ଦ୍ଧା ହାବେଳି ପଡ଼ିଆଠାରେ ପଲ୍ଲୀଶ୍ରୀ ମେଳା ଉଦଘାଟିତ ହୋଇଯାଇଛି । ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ

ଖୋର୍ଦ୍ଧା ହାବେଳିରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ
ଖୋର୍ଦ୍ଧା ହାବେଳିରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ

ଖୋର୍ଦ୍ଧା ହାବେଳିରେ ଉଦଘାଟିତ ହେଲା ପଲ୍ଲୀଶ୍ରୀ

ଖୋର୍ଦ୍ଧା:ହାବେଳି ପଡ଼ିଆଠାରେ ମଙ୍ଗଳବାର ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ମହୋତ୍ସବ, ପଲ୍ଲିଶ୍ରୀ ମେଳା, ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, ଓରମାସ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମିଳିତ ଉଦ୍ୟମରେ ଏହି ମେଳା ଆୟୋଜିତ ହୋଇଛି । ପାନୀୟ ଜଳ ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଏନେଇ ମନ୍ତ୍ରୀ କହିଥିଲେ, "ଜିଲ୍ଲାର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ଅଧିକ ଗୁରୁତ୍ବ ଦେଉଛନ୍ତି । ପଲ୍ଲିଶ୍ରୀ ମେଳା ଯୋଗୁଁ ମହିଳା ସ୍ଵୟଂସହାୟକ ଗୋଷ୍ଠୀମାନେ ସେମାନଙ୍କ ସାମଗ୍ରୀ ବିକିବାର ସୁଯୋଗ ସଂସ୍କୃତି ଓ ହସ୍ତଶିଳ୍ପ ଆଦିକୁ ପାଉଛନ୍ତି । ଏହାସହ ଓଡ଼ିଶାର କଳା ସଂସ୍କୃତିକୁ ଉଜ୍ଜିବୀତ କରି ରଖିବାକୁ ମେଳା ହେଉଛି ଏକ ମାଧ୍ୟମ ।" ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ କେ . ସୁର୍ଦଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ବିଜ୍ଞାନ ଓ କାରିଗରୀ କୌଶଳ ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗଦେଇ ଓଡ଼ିଶାର ହସ୍ତକଳା, ହସ୍ତତନ୍ତ, ଲଘୁଜାତ ଦ୍ରବ୍ୟ, ଘରୋଇ ଉପକରଣ ପ୍ରଭୃତି ବିକ୍ରି ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ପଲ୍ଲିଶ୍ରୀ ମେଳା ବହୁତ ସହାୟକ ହେବା ମତବ୍ୟକ୍ତ କରିଥିଲେ ।

ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ସ୍ଵାଗତଭାଷଣ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଗତବର୍ଷ ଏହି ମେଳା କୋଟିଏ ଟଙ୍କାର ବେପାର ହୋଇଥିଲା । ମାତ୍ର ଚଳିତ ବର୍ଷ ଅଧିକ ବେପାର ହେବ ବୋଲି ଆଶା ରଖିଛନ୍ତି । ହି ଅବସରରେ ଅତିଥିମାନେ ଦକ୍ଷତା ହିଁ କ୍ଷମତା, ସଫଳତାର ସୋପାନ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏଥିରେ ରାଜ୍ୟର ୨୯ ଗୋଟି ଜିଲ୍ଲା ହସ୍ତକଳା, ଲଘୁବନଜାତଦ୍ରବ୍ୟ, ଘରକରଣା ଉପକରଣ ସମେତ ଡ଼ାଲିଜାତୀୟ ଦ୍ରବ୍ୟ ଓ ସ୍ଵୟ ସହାୟକ ଗୋଷ୍ଠିର ବଡ଼ି, ପାମ୍ପଡ଼, ଆଚାର, ମୁଡି ପ୍ରଭୃତି ମେଳାରେ ବିକ୍ରି ହେଉଛି । ସେହିପରି ପାଠକମାନଙ୍କ ନିମନ୍ତେ ବହୁ ପୁସ୍ତକ ପ୍ରଦର୍ଶନୀ ମଣ୍ଡପମାନ ଖୋଲାଯାଇଛି । ସମୁଦାୟ ୨୪୦ଗୋଟି ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଥିବା ଜଣାଯାଇଛି । ତନ୍ମଧ୍ୟରେ ୨୨ଟି ପୁସ୍ତକ ପ୍ରଦର୍ଶନୀ ମଣ୍ଡପ ରହିଛି ।

ଅନ୍ୟତମ ଅତିଥିଭାବେ ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ରନାଥ ମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲାପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଉପାଧାକ୍ଷ ଗୋପିନାଥ ମହାରଣା, ଖୋର୍ଦ୍ଧା ପୌରାଧ୍ୟକ୍ଷ କନକଲକ୍ଷ୍ମୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details