ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଦର୍ଶନ ଲାଗି ଓଡିଶା ଆସିବେ ପାକିସ୍ତାନ ହିନ୍ଦୁ - programme

ନିଜ ପ୍ରଚେଷ୍ଟାରେ ଓଡିଶା ଆସୁଥିବା 75 ଜଣିଆ ପାକିସ୍ତାନୀ ହିନ୍ଦୁ ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରୋତ୍ସାହନ ଜଣାଇବା ସହିତ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : May 24, 2019, 2:07 PM IST

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବେ 75 ଜଣ ପାକିସ୍ତାନୀ ହିନ୍ଦୁ ପ୍ରତିନିଧି । ଏନେଇ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର । ନିଜ ପ୍ରଚେଷ୍ଟାରେ ଆସୁଥିବା 75 ଜଣିଆ ଏହି ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରୋତ୍ସାହନ ଜଣାଇବା ସହିତ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇବ ବୋଲି କହିଛି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ବହୁ ଘାତ ପ୍ରତିଘାତ ସତ୍ତ୍ବେ ସେମାନେ ନିଜର ଧର୍ମୀୟ ଭାବନା ପ୍ରକାଶ କରିବା ସହିତ ଭାରତରେ ଥିବା ହିନ୍ଦୁମାନଙ୍କ ମୁଖ୍ୟ ଧର୍ମପୀଠ ପୁରୀ ଧାମର ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ମନସ୍ଥ କରିଛନ୍ତି । ଯାହାକୁ ଖୁବ ପ୍ରଶଂସା କରିଛି ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ।

ଆସନ୍ତା 26 ତାରିଖରେ 3 ଦିନିଆ ଓଡିଶା ଭ୍ରମଣରେ ଆସି ମହାପ୍ରଭୁ ଜଗନ୍ନାଥଙ୍କ ସମେତ ଭୁବନେଶ୍ୱରରେ ଲିଙ୍ଗରାଜ ମହାଦେବଙ୍କ ଦର୍ଶନ କରିବାକୁ ସେମାନେ ସ୍ଥିର କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟରର ମୁଖ୍ୟ ପରେଶ ନାୟକ କହିଛନ୍ତି କି ସେମାନଙ୍କ ଏହି ଗସ୍ତ କାଳରେ ଆସନ୍ତା 27 ତାରିଖ ଦିନ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ । ଏହା ସହିତ ସେମାନଙ୍କୁ ଅନ୍ୟାନ୍ୟ ତୀର୍ଥସ୍ଥାନ ପରିଭ୍ରମଣ କରିବା କ୍ଷେତ୍ରରେ ସହଯୋଗ ପ୍ରଦାନ କରାଯିବ ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details