ଓଡିଶା

odisha

ETV Bharat / state

ବାଇକ ଓ କାରକୁ ଧକ୍କା ଦେଲା ପିସିଆର ଭ୍ୟାନ

ମୃତ ବାଇକ ଚାଳକ ଜଣକ ହେଲେ ଗଇନଡା ଗାଁର ହାଲୁ ସାହୁଙ୍କ 25 ବର୍ଷୀୟ ଏକମାତ୍ର ପୁଅ ରଞ୍ଜିତ ବୋଲି ଜଣାପଡିଛି।

By

Published : Mar 5, 2019, 3:33 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ୧୬ନଂ ଜାତୀୟ ରାଜପଥର ନାଚୁଣୀ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡକ ଦୁର୍ଘଟଣା । ଗୋଟିଏ ସମୟରେ ବାଇକ ଓ କାରକୁ ପିସିଆର ଭ୍ୟାନ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି ।

ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ୧୬ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ମୃତ ବାଇକ ଚାଳକ ଜଣକ ହେଲେ ଗଇନଡା ଗାଁର ହାଲୁ ସାହୁଙ୍କ 25 ବର୍ଷୀୟ ଏକମାତ୍ର ପୁଅ ରଞ୍ଜିତ ବୋଲି ଜଣାପଡିଛି । ସେହିପରି ବାଇକ ପଛରେ ବସିଥିବା ହାଟବରଡି ଗାଁର ଅନ୍ୟ ଜଣେ ଯୁବକ ଗଙ୍ଗାଧର ସାହୁଙ୍କ ଅବସ୍ଥା ଗୁରୁତର ରହିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କୁ ପ୍ରଥମେ ଟାଙ୍ଗି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜାତୀୟ ରାଜପଥ ଅବରୋଧ କରିଥିବା ସ୍ଥାନୀୟ ଲୋକଙ୍କୁ ପୋଲିସ ବୁଝାସୁଝା କରୁଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details