ଓଡିଶା

odisha

OTP Sharing Scam: ଆସାମରୁ ରିକ୍ସା ଚାଳକକୁ ବାନ୍ଧିଲା ଏସଟିଏଫ, ପାକିସ୍ତାନକୁ ଦେଉଥିଲା ଗୁପ୍ତ ତଥ୍ୟ

By ETV Bharat Odisha Team

Published : Sep 22, 2023, 9:46 PM IST

Updated : Sep 22, 2023, 10:13 PM IST

ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଘଟଣାରେ ରିକ୍ସା ଚାଳକକୁ ଗିରଫ କରିଛି STF। ISI ଏଜେଣ୍ଟଙ୍କୁ OTP ସେୟାରିଂ କରୁଥିବା ଇକବାଲକୁ ଆସାମରୁ ଗିରଫ କରାଯାଇଛି। ଅଧିକ ପଢନ୍ତୁ

ରିକ୍ସା ଚାଳକ ଇକବାଲ ଗିରଫ
OTP Sharing Scam

OTP Sharing Scam

ଭୁବନେଶ୍ବର:ପାକିସ୍ତାନକୁ ଗୁପ୍ତ ତଥ୍ୟ ଦେବା ଘଟଣାରେ ରିକ୍ସା ଚାଳକକୁ ଗିରଫ କରିଛି STF। ଭାରତୀୟ ହୋଇ ISI ଏଜେଣ୍ଟଙ୍କୁ OTP ସେୟାରିଂ କରୁଥିବା ନେଇ ସଙ୍ଗୀନ ଅଭିଯୋଗ ରହିଛି। ତଥ୍ୟ ଦେବା ବଦଳରେ ପାକିସ୍ତାନୀ ଏଜେଣ୍ଟଙ୍କଠାରୁ ସେ ନେଉଥିଲା ଲକ୍ଷ ଲକ୍ଷ ଟଙ୍କା। ଓଟିପି ସେୟାରିଂ ଘଟଣାରେ ତଦନ୍ତ ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚ ହାତରେ ଏମିତି କିଛି ପ୍ରମାଣ ଲାଗିଛି । ଏନେଇ ପୂର୍ବରୁ ଧରାପଡ଼ିଥିବା ଅଭିଯୁକ୍ତ ଅଭିଜିତ ସଞ୍ଜୟ ସହ ଲିଙ୍କରେ ଥିବା ଜଣେ ଅଭିଯୁକ୍ତକୁ ଆସାମରୁ ଗିରଫ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତ ଇକବାଲ ହୁସେନର ଘର ଆସାମରେ ବୋଲି ଜଣାପଡିଛି।

ଏନେଇ ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀ କହିଛନ୍ତି, "ଓଟିପି ସେୟାରିଂ ଘଟଣାରେ ପ୍ରଥମେ ନୟାଗଡ଼ରୁ ଆଇଟିଆଇ ଅଧ୍ୟାପକ ପଠାଣି ସାମନ୍ତ ଲେଙ୍କାଙ୍କୁ ଗିରଫ କରିଥିଲା ପୋଲିସ । କେବଳ ପଠାଣି ସାମନ୍ତ ନୁହେଁ, ଏମାନଙ୍କ ଭଳି ଅନେକ ଅଭିଯୁକ୍ତ PIO ପାକିସ୍ତାନୀ ଏଜେଣ୍ଟକୁ ପାଇଁ କାମ କରୁଛନ୍ତି ବୋଲି ଏସଟିଏଫ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ପରିକି ବିଭିନ୍ନ ଅଞ୍ଚଳରୁ ପ୍ରି ଆକ୍ଟିଭେଟ ସିମ କାର୍ଡ ଜବତ କରି ସେସବୁ ନମ୍ବରର ଓଟିପି ପାକିସ୍ତାନୀ ଏଜେଣ୍ଟକୁ ପଠାଉଥିଲେ ଅଭିଯୁକ୍ତ। ପରେ ସେହି ସବୁ ନମ୍ବର ଜରିଆରେ ଦେଶରେ ଦେଶଦ୍ରୋହୀ କାର୍ଯ୍ୟକଳାପ , ଦଙ୍ଗା ଓ ହିଂସାତ୍ମକ ପ୍ରଚାର ଭଳି ବିଭିନ୍ନ ଉତ୍ତେଜନାମୂଳକ ମେସେଜ ସୋସିଆଲ ମିଡିଆରେ ପ୍ରଚାର ପ୍ରସାର କରୁଥିଲେ।"

ପାକିସ୍ତାନୀ ଏଜେଣ୍ଟ ଏଭଳି ଓଟିପି ସେୟାର କରୁଥିବା ଅଭିଯୁକ୍ତମାନଙ୍କୁ ମୋଟା ଅଙ୍କର ଟଙ୍କା ଦେଉଥିଲେ‌। ତେବେ ଏହି ସବୁ ଆର୍ଥିକ କାରବାରର ତନାଘନା ବେଳେ ଟେରର ଫଣ୍ଡିର ରାଜ୍ ଖୋଜୁଥିଲା ଏସଟିଏଫ ଟିମ୍। ଏନେଇ ପ୍ରଥମେ ଗିରଫ ହୋଇଥିବା ଅଭିଯୁକ୍ତ ପଠାଣି ସାମନ୍ତଠାରୁ ଏକାଧିକ ଅଭିଯୁକ୍ତଙ୍କ ଲିଙ୍କ୍ ସାମ୍ନାକୁ ଆଣିଥିଲା ଏସଟିଏଫ। ଏହି ଘଟଣାରେ‌ ଅଭିଜିତ ସଞ୍ଜୟ ଜାମୁରେକୁ ଗିରଫ କରାଯାଇଥିବାବେଳେ ତଦନ୍ତ ବେଳେ ଆସାମର ଇକବାଲ ଲିଙ୍କ୍ ମଧ୍ୟ ଜଣାପଡିଥିଲା । ଏନେଇ ଇକବାଲକୁ ଧରିବାକୁ ଦୀର୍ଘ ଦିନ‌ ଧରି ଟ୍ରାକ କରୁଥିଲା ପୋଲିସ। ଶେଷରେ ତା'ର ନିଜ ଘର ଆସାମରୁ ତାକୁ ଗିରଫ କରାଯାଇଛି।

ଏହା ବି ପଢନ୍ତୁ...OTP Sharing Scam: ଆଉ ଜଣେ ଅଭିଯୁକ୍ତକୁ ରିମାଣ୍ଡରେ ଆଣିଲା ATS

ପୂର୍ବରୁ ସେ ମାଙ୍ଗାଲୋରରେ ଏକ ହୋଟେଲରେ କାମ କରୁଥିଲା। ପରେ ସେଠାରେ ଏକ ଅଟୋରେ ବୋମା ବିସ୍ଫୋରଣ ଘଟଣାରେ ଅଭିଜିତ ସଞ୍ଜୟ ଜାମୁରେ ଲିଙ୍କ ସାମ୍ନାକୁ ଆସିଥିଲା। ଯାହାକୁ ନେଇ NIA ମଧ୍ୟ ସଞ୍ଜୟକୁ ସ୍କାନରକୁ ନେଇ ପଚରାଉଚରା କରିଥିଲା। ସେବେଠାରୁ ଇକବାଲ ସେଠାରୁ ଖସି ଆସି ଆସାମରେ ରହୁଥିବାବେଳେ ରିକ୍ସା ଚଲାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲା। ତେବେ ଟେରର ଫଣ୍ଡି ଯାଞ୍ଚ ବେଳେ ସାମ୍ନାକୁ ଆସିଥିଲା ଯେ ଅଭିଜିତ ସଞ୍ଜୟ ଜାମୁରେ ଆକାଉଣ୍ଟରୁ ଇକବାଲର ଆକାଉଣ୍ଟକୁ ପାଖାପାଖି ୨୨ଲକ୍ଷ ଟଙ୍କା କାରବାର ହୋଇଛି । ଏନେଇ ସଞ୍ଜୟର ଗିରଫଦାରୀ ପରେ ଇକବାଲ ମୋବାଇଲ ସୁଇଚ ଅଫ୍ କରିଦେଇଥିଲା। ଶେଷରେ ଟ୍ରାକ୍ କରି ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଇକବାଲକୁ ୫ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଆଣି ଭୁବନେଶ୍ୱର କୋର୍ଟକୁ ଚାଲାଣ କରିଛି ଏସଟିଏଫ ଟିମ୍।।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 22, 2023, 10:13 PM IST

ABOUT THE AUTHOR

...view details